ଧର୍ମ ପରାୟଣ ମହିଳାଙ୍କ ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ନିଳୋକ ଗ୍ରାମର ଧର୍ମ ପରାୟଣ ମହିଳା ତଥା ହୃଷିକେଶ ନାୟକଙ୍କ ଧର୍ମପତ୍ନୀ ଅନ୍ନପୂର୍ଣା ନାୟକ(୭୬)ଙ୍କର ରବିବାର ରାତିରେ ପରଲୋକ ଘଟିଛି। ଗତ କିଛି ଦିନ ହେବ ସେ ବୟସାଧିକ କାରଣରୁ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ପରଲୋକ ଘଟିଛି। ସୋମବାର ସକାଳେ ତାଙ୍କ ମର ଶରୀରକୁ ଶୋଭା ଯାତ୍ରାରେ ନିଆଯାଇ ଅନ୍ତିମ ସତ୍କାର କରାଯାଇଥିଲା। ନାତି ଜ୍ଞାନଜ୍ୟୋତି ନାୟକ ମୁଖାଗ୍ନି ଦେଇଥିଲେ। ମୃତ୍ୟୁ ଶର୍ଯ୍ୟା ନିକଟରେ ସ୍ଵାମୀ, ପୁଅ,ବୋହୁ, ଝିଅ, ଜ୍ୱାଇଁ, ନାତି, ନାତୁଣୀଙ୍କ ସମେତ ପରିବାର ବର୍ଗ ଉପସ୍ଥିତ ଥିଲେ। ଖବର ପାଇ ସମାଜସେବୀ ମଣିଭଦ୍ର ବିଶ୍ୱାଳ, ସରପଞ୍ଚ ପ୍ରତିନିଧି ରବିନ୍ଦ୍ର କୁମାର ସେଠୀ, ବ୍ଲକ ଯୁବ କଂଗ୍ରେସ ନେତା ଜ୍ୟୋତି ରଞ୍ଜନ ନାୟକଙ୍କ ସମେତ ବହୁ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ସେ ଜଣେ ଧର୍ମ ପରାୟଣ ଓ ପରୋପକାରୀ ମହିଳା ଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।


