ବିଭିନ୍ନ ଦାବୀ ନେଇ ବ୍ଲକ ମଧ୍ୟାହ୍ନ ଭୋଜନ ପାଚିକା ସଂଘ ପକ୍ଷରୁ ବିକ୍ଷୋଭ

ବନ୍ତ, (ଚାନ୍ଦିନୀ ମହାନ୍ତି ): ପାଚିକା ମାନଙ୍କୁ ମାସିକ ସର୍ବନିମ୍ନ ୨୬ ହଜାର ଟଙ୍କା ଦରମା ପ୍ରଦାନ ସହ ମୃତ୍ୟୁକାଳୀନ ସହାୟତା, ବୀମା, ପେନସନ ଓ ପରିବାରକୁ ଉଚିତ ସରକାରୀ ସହାୟତା ଓ ଅନୁକମ୍ପା ପ୍ରଦାନ ଦାବିରେ ସିଆଇଟିୟୁ  ଓଡିଶା ରାଜ୍ୟ କମିଟି ଡାକରାରେ ଆସନ୍ତା ୨୪ ଓ ୨୫ ଭୁବନେଶ୍ୱର ଚାଲ ଅଭିଯାନକୁ ସଫଳ କରିବା ନେଇ ମଙ୍ଗଳବାର ଭଦ୍ରକ ଜିଲା ବନ୍ତ ବ୍ଲକ ମଧ୍ୟାହ୍ନ ଭୋଜନ ପାଚିକା ସଂଘ ପକ୍ଷରୁ ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରାରମ୍ଭରେ ବ୍ଲକ ପାଚିକା ସଂଘର ପଙ୍କଜିନୀ ମହାରଣା, ସୁକାନ୍ତୀ ମୈକାପ, ସୁମତୀ ବିଶ୍ୱାଳ, ଅନ୍ନପୂର୍ଣ୍ଣା ସାହୁ, ସଞ୍ଜୁଲତା ଜେନା, ସବିତା ପୁହାଣ, ଭାରତୀ ପରିଡା, ସସ୍ମିତା ପଣ୍ଡା, ଗୁରୁବାରୀ ଜେନା, ପଦ୍ମାଳୟା ସେଠୀଙ୍କ ସମେତ ୩୦ରୁ ଉର୍ଦ୍ଧ୍ଵ ସଦସ୍ୟା ହାତରେ ବ୍ୟାନର ଓ ପତାକା ଧରି ବିଭିନ୍ନ ଦାବୀ ସମ୍ପର୍କୀତ ସ୍ଲୋଗାନ ଦେଇ ଥାନା ଛକରୁ ଶୋଭା ଯାତ୍ରାରେ ବାହାରି ବଜାର ପରିକ୍ରମା କରି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ବିଇଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଦାବୀ ସମ୍ବଳିତ ପତ୍ର ପ୍ରଦାନ କରିଥିଲେ। ଏଥିରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ବ୍ଲକ ସମ୍ପାଦିକା ରୋଜାଲିନ ସାମ୍ୟବାଦୀ ଯୋଗ ଦେଇଥିଲେ। ବ୍ଲକ ମଧ୍ୟାହ୍ନ ଭୋଜନ ପାଚିକା ସଂଘ ସମ୍ପାଦକ ମଣ୍ଡଳୀ ସଭ୍ୟ ମହେଶ୍ୱର ନାୟକ ଏବଂ ସିପିଆଇଏମ ନେତା ତଥା ଯୁବ ଆଇନଜୀବି ପ୍ରତାପ ସେଠୀ  ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ