ପରଫେକ୍ଟ ମ୍ୟାଚ୍ ହେବା ସୁନ୍ଦର ସମ୍ପର୍କର ଗ୍ୟାରେଣ୍ଟି ନୁହେଁ

ସମ୍ପର୍କକୁ ଲମ୍ବା ଚଳାଇବାର ଦାୟିତ୍ୱ ଉଭୟଙ୍କର ହୋଇଥାଏ । ସାଧାରଣତଃ ଅନେକେ ନିଜ ପାର୍ଟନରଙ୍କଠାରେ ନିଜ ଭଳି କ୍ୱାଲିଟି ଦେଖି ଖୁସି ହୋଇଯାଆନ୍ତି । ଖାଦ୍ୟ, ମ୍ୟୁଜିକ୍‌, ବହି କିମ୍ବା ଅନ୍ୟ କୌଣସି ଜିନିଷ ଏକା ଭଳି ପସନ୍ଦ ହେବା ସତ୍ତ୍ୱେ ଦମ୍ପତିଙ୍କ ମଧ୍ୟରେ ସାଧାରଣତଃ ଲଢ଼େଇ ଝଗଡ଼ା ହୋଇଥାଏ । ବ୍ରେକ୍‌ଅପ୍ ପରେ ଏହା ବୁଝାପଡ଼ିଥାଏ ଯେ କୌଣସି ସମ୍ପର୍କକୁ ଚଳାଇବା ଲାଗି ଏକା ଭଳି ପସନ୍ଦ ନୁହେଁ, ବରଂ ପରସ୍ପରକୁ ବୁଝିବା ନିହାତି ଆବଶ୍ୟକ ।
ରିଲେସନଶିପ୍‌ରେ ଥାଇ ମଧ୍ୟ ଅନ୍ୟ ପ୍ରତି ଆକର୍ଷିତ ହେବା
ଯେତେବେଳେ ଆପଣ ପ୍ରେମ ସମ୍ପର୍କରେ ଥାଆନ୍ତି, ସେତେବେଳେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପର୍କରେ ଭାବିବା ମଧ୍ୟ ଆପଣଙ୍କୁ ଭୁଲ୍ ବୋଲି ଲାଗିପାରେ । ସାଧାରଣତଃ ଗାର୍ଲଫ୍ରେଣ୍ଡ-ବୟଫ୍ରେଣ୍ଡଙ୍କ ମଧ୍ୟରେ ତୃତୀୟ ବ୍ୟକ୍ତିଙ୍କ ପାଇଁ ଝଗଡ଼ା ହୋଇଯାଏ । ଅନେକ ସମୟରେ ଗୋଟିଏ ଭୁଲ୍ ଧାରଣା ମଧ୍ୟ ବ୍ରେକ୍‌ଅପ୍‌ର କାରଣ ପାଲଟିପାରେ । ବ୍ରେକ୍‌ଅପ୍‌ର କିଛି ବର୍ଷ ପରେ ଆପଣଙ୍କୁ ଅନୁଭବ ହୋଇଥାଏ ଯେ ଅନ୍ୟ କାହାରିକୁ ପସନ୍ଦ କରିବାର ଅର୍ଥ ନୁହେଁ, ଆପଣ ନିଜ ପାର୍ଟନରଙ୍କୁ ଧୋକା ଦେଉଛନ୍ତି ।
ରିଲେସନଶିପ୍‌ରେ ସମାନ ଅଧିକାର ଜରୁରୀ
ଅଫିସରୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ପୁଅ ଓ ଝିଅଙ୍କୁ ସମାନ ଅଧିକାର ଦେବା ସମ୍ପର୍କରେ କୁହାଯାଏ । ରିଲେସନଶିପ୍‌ରେ ମଧ୍ୟ ଏହି ଆଶା କରାଯାଏ ଯେ ଉଭୟ ଏକାଭଳି ଭୂମିକା ତୁଲାଇବେ । କିନ୍ତୁ ଏଭଳି ସମ୍ଭବ ନୁହେଁ । ବ୍ରେକ୍‌ଅପ୍ ପରେ ଆପଣଙ୍କ ଭିତରେ ସ୍ୱୀକାର କରିବାର ସାହସ ଆସିଯାଏ କି ଆପଣ କେଉଁ କାମ କରିପାରିବେ ଓ କେଉଁ କାମ କରିପାରିବେ ନାହିଁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ