ବିଦ୍ୟାଳୟରେ ବନ୍ଧୁ ମିଳନ ଓ ପୋଷାକ ବିତରଣ ଉତ୍ସବ

ଗାଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): ଗାଙ୍ଗପୁର ନିକଟ ପଳାସପଲ୍ଲୀ କେଶବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବନ୍ଧୁ ମିଳନ ସମେତ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସଂଗଠକ ଏସ୍ ରାମେଶ୍ୱର ପାତ୍ର ସମ୍ମାନୀତ ଅତିଥିଭାବରେ ବିଦ୍ୟାଳୟର ସଭାପତି ସୁଦାମ ଗୈାଡ, ପୂର୍ବତନ ସଭାପତି ଖଦାଳ ବିଷୋୟୀ ,ଗ୍ରାମ ସଭାପତି ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ । ନିଜ ନିଜର ବକ୍ତବ୍ୟରେ ବିଦ୍ୟାର୍ଥୀ ମାନଙ୍କୁ ପରିଶ୍ରମ ହିଁ ଅସଲ ଚାବିକାଠି ବୋଲି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ ।ଏହି ଅବସରରେ ଶିକ୍ଷାକ୍ଷେତ୍ରରେ ସାଧନା ପାଇଁ ଶିକ୍ଷକ ଅଶୋକ କୁମାର ଗୈାଡଙ୍କୁ ସମ୍ମାନୀତ କରାଯାଇଥିଲା । ଏଥିସହ ବିଦ୍ୟାଳୟଟି ଦୀର୍ଘ ୨୦ ବର୍ଷ ଧରି ସ୍ଥାନୀୟ ଜନସାଧାରଣଙ୍କ ସହାୟତାରେ ଚାଲିଥିବାରୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଅଂଚଳବାସୀଙ୍କୁ ଶ୍ରେୟ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ସମେତ ଶିକ୍ଷକ, ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ