ଡାକ୍ତର ସାମି ସଲିମଙ୍କ ସଂଖ୍ୟାଲଘୁ ଜୋନରେ ନିର୍ବାଚନ ପ୍ରଚାର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଡାକ୍ତର ସାମି ସଲିମ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ୫ନମ୍ବର ଜିଲ୍ଲା ପରିଷଦ ଜୋନର ଢୋଲ ପଞ୍ଚାୟତ ଓ ୮ନମ୍ବର ଜୋନର କପାଳେଶ୍ୱର ପଞ୍ଚାୟତରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଯୋଗଦେଇ ୫ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଲିଲିତା ଦାସ ଓ ୮ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ରଶ୍ମିରଞ୍ଜନ ରାଉତଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ସଂଖ୍ୟାଲଘୁ ଭୋଟରମାନଙ୍କୁ ନିବେଦନ କରିଥିଲେ । ଏହି ସଭାରେ ଯୁବନେତା କଲିମ ଖାନ, ସାଇଦୁର ରହେମନ, ନଜିମ ଖାନ, ସେକ ଆସଲମ, ସାବିର ହୋସେନ, ଅଞ୍ଜୁମ ଖାନ, ଦୁଷ୍ମନ୍ତ ମଲିକ, ଛାତ୍ର ଉପସଭାପତି ଅହମ୍ମଦ ଖାନ, ମହମ୍ମଦ ଗୁଡାନ ଖାନ, ସାରୁଖ ଖାନ, ସେକ ଫାରୁକ, ସେକ ସରିଫ, ସେକ ଚାନ୍ଦ, ଲିୟାକତ ଅଲ୍ଲୀ, ଅବଦୁଲ ସଲିମ ଖାନ, ଚାନ୍ଦ ବାବୁ, ଜାନା, ମୁକ୍ତିର, ସାହିଦ, ମନୋ ରାଜୁ, ମୋଜାହିଦ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଭାକୁ କଲିମ ଖାନ ଆୟୋଜିତ କରିଥିବା ବେଳେ ଅକ୍ରମ ଖାନ ପରିଚାଳନା କରିଥିଲେ ।


