ବୁଢାକେନ୍ଦୁ ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ

ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍‌): ପୂର୍ଣ୍ଣ୍ୟତିଥି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିଭିନ୍ନ ଦେବାଦେବୀ ପୀଠରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁର ନିକଟସ୍ଥ ମାଁ ବୁଢାକେନ୍ଦୁ ପୀଠରେ ମାଙ୍କ ଦର୍ଶନ କରିବା ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ପଂରମ୍ପରା ରୀତିନୀତି ଅନୁଯାୟୀ ଭୋର ସକାଳୁ ମାଙ୍କ ନିତ୍ୟକର୍ମ ସରିବା ପରେ ସକାଳ ୮ ଘଣ୍ଟା ସୁଦ୍ଧା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଏଥିସହ ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ପୋଲିସ ତରଫରୁ ୫ ପ୍ଲାଟୁନ ପୋଲିସ ପ୍ରଶାସନ ମୃତୟନ କରାଯାଇଥିଲା । ଜନ ସମାଗମକୁ ଆଖିଆଗରେ ରଖି ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ମାଜିଷ୍ଟ୍ରେଟ୍ ଦାଇତ୍ୱରେ ଥିବାବେଳେ ଭଞ୍ଜନଗର ଏସଡିପିଓ ସୁଂଧାଶୁ ଶେଖର ମିଶ୍ର, ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ , ଭଂଜନଗର ଆଇଆଇସି ସୁଦିପ୍ତ କୁମାର ସାହୁ ,ଗାଙ୍ଗପୁର ଆଇଆଇସି  ବହୁ ପ୍ରଶାସନିକ ଅଧିକାରୀ ଯୋଗ ଦେଇ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ