ପଞ୍ଚାୟତରେ ବିଜେଡିର ପ୍ରଚାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ବ୍ଲକ ବୁଦୁରା ଗ୍ରାମପଞ୍ଚାୟତରେ ଆଜି ବିଜେଡିର ପ୍ରଚାର କାର୍ଯ୍ୟକ୍ରମ ହୋଇଛି । ଏଥିରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକଙ୍କ ସମେତ ଯୁବନେତା ଇଂ.ରୂପେଶ ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଯୋଗଦେଇଥିଲେ । କାଶୀନଗର ଜୋନ୍-୧ ଜିଲ୍ଲାପରିଷଦ ପ୍ରାର୍ଥୀନୀ ରୋକମ ରାଜଲକ୍ଷ୍ମୀଙ୍କ ପାଇଁ ଏହି ପ୍ରଚାର କାର୍ଯ୍ୟକ୍ରମ ହୋଇଥିବା ବେଳେ ବିଜେଡି ସରକାରର ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ କୁହାଯାଇଥିଲା ।


