ଗ୍ରାମ ପଞ୍ଚାୟତରେ ଭାଜପାର ପ୍ରଚାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : -ଗଜପତି ଜିଲ୍ଲା କାଶୀନଗର ବ୍ଲକ ହାଡୁଭାଙ୍ଗି ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ଭାଜପା ପକ୍ଷରୁ ପ୍ରଚାର କାର୍ଯ୍ୟ ହୋଇଥିବାର ଜଣାପଡିଛି । ଜିଲ୍ଲା ଭାଜପା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ନେତୃତ୍ୱରେ ଜିଲ୍ଲାସ୍ତରୀୟ ଭାଜପାନେତା ଓ ବହୁ କର୍ମୀମାନେ ଯୋଗଦେଇ କାଶୀନଗର ବ୍ଲକର ଜୋନ୍-୨ ଜିଲ୍ଲାପରିଷଦ ଭାଜପା ପ୍ରାର୍ଥୀ ନେଟ୍ଟିମି କୋଟେଶ୍ୱର ରାଓଙ୍କୁ ଭୋଟ ଦେବାପାଇଁ ଗାଁ ଗାଁ ବୁଲି ପ୍ରଚାର କରିଥିଲେ । ସେହିପରି ହାଡୁଭାଙ୍ଗି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ତୁଲୁଗୁ ଶଙ୍କର, ସମିତି ସଭ୍ୟା ପ୍ରାର୍ଥିନୀ ଗୋର୍ଲେ ଜମୁନାଙ୍କ ପାଇଁ ଭୋଟ ଭିକ୍ଷା କରିବା ସହ ମୋଦି ସରକାରଙ୍କ ବିକାଶ ମୋଡେଲ, ସୁଶାସନ, ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖି ଲୋକଙ୍କୁ ତୃଣମୂଳସ୍ଥରରେ ଭାଜପାକୁ ମଜବୁତ କରିବାକୁ ହେଲେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭାଜପା ତଥା ଭାଜପା ସମର୍ଥିତ ପ୍ରାର୍ଥୀ/ପ୍ରାର୍ଥିନୀ ମାନଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ପଡିବ ବୋଲି ଭାଜପା ନେତାମାନେ ଆହ୍ୱାନ ଦେଇଥିଲେ ।