ଜନତା ଙ୍କ ନିକଟରେ ପୋଲସରା ବିଧାୟକ

ବୁଗୁଡା: (ଯୁଗାବ୍ଦ ନ୍ୟୁଜ)- ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ପୋଲସରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମର ଜନତାଙ୍କ ନିକଟକୁ ଯାଇ ବ୍ୟକ୍ତିଗତ ଭାବେ ବିଭିନ୍ନ ସମସ୍ୟା ବୁଝିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । କାର୍ତ୍ତିକପୂର୍ଣ୍ଣିମା ଦିନ ବୁଗୁଡା ବ୍ଲକର ଗୋଲିଆ ଗ୍ରାମରେ ଅନୁଷ୍ଠିତ ଅଷ୍ଟପ୍ରହରୀ ନାମଯଜ୍ଞ କାର୍ଯ୍ୟକ୍ରମରେ ଯୋଗଦେବା ସହ ଏକ ଉନ୍ନୟନମୂଳକ କାର୍ଯ୍ୟର ଭୂମି ପୂଜା କରିଥିଲେ ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ବିଷୟରେ ଜନସାଧାରଣ ଙ୍କ ସହ ଆଲୋଚନା କରିଥିଲେ । ସେହିପରି ବୁଗୁଡା ବ୍ଲକର ମାଣିକପୁର ଗ୍ରାମକୁ ଯାଇ ଜନସାଧାରଣ ଙ୍କ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଜନତାଙ୍କ ବ୍ୟକ୍ତିଗତ ଅଭାବ ଅସୁବିଧା ବୁଝିଥିଲେ । କଲମ୍ବ ଦେଉଳାପଲ୍ଲିୀ ଗ୍ରାମରେ ୩ଗୋଟି ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ଜନସାଧାରଣଙ୍କ ଅଭାବ ଅସୁବିଧା ବୁଝିଥିଲେ ।ଭାଟଖାଲି ଗ୍ରାମରେ ଅନୁଷ୍ଠିତ ଧର୍ମର ଜୟ ନାଟକକୁ ଉଦଘାଟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ