ବାର୍ଷିକ ଚକ୍ର ପୂଜା ଅନୁଷ୍ଠିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲା କୈବର୍ତ୍ତ ସମାଜର ବାର୍ଷିକ ଚକ୍ର ପୂଜା ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ଶ୍ରୀପଞ୍ଚମୀ ପରଦିନ ରବିବାର କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପରିସରରେ ରୀତିନୀତି ସହିତ ଶ୍ରୀମନ୍ଦିରର ନୀଳଚକ୍ର ପୂଜା କରାଯାଇ ନୂତନ ପତିତପାବନ ପତକାକୁ ନୀଳଚକ୍ରରେ ବନ୍ଧା ଯାଇଥିଲା । ଏହି କାର୍ଯ୍ୟକ୍ରମକୁ କୈବର୍ତ୍ତ ସମାଜର ମାହାଲ ପଣ୍ଡା ନୃସିଂହ ପ୍ରସାଦ ପତ୍ରୀ ପରିଚାଳନା କରିବା ସହ ଉପସ୍ଥିତ କୈବର୍ତ୍ତଙ୍କୁ ଅର୍ଶିବଚନ ପ୍ରଦାନ କରିଥିଲେ । ଏହି ଅବସରରେ କୁଳମଣୀ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବାର୍ଷିକ ଆଲୋଚନା ସଭା ଅନୁଷ୍ଠିତ ହୋଇ ବିଗତ ବର୍ଷର ସଂଗଠନର କାର୍ଯ୍ୟକ୍ରମର ସମୀକ୍ଷା କରାଯିବା ସହ ଚଳିତ ବର୍ଷ ପାଇଁ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ କୈବର୍ତ୍ତ ସମାଜର ଜିଲ୍ଲା ସଭାପତି ଡଃ. ଲକ୍ଷ୍ମଣ ବେହେରା, ସମ୍ପାଦକ ବ୍ରହ୍ମାନନ୍ଦ ବେହେରା, ଇଂ ବିଷ୍ଣୁ ଚରଣ ବେହେରା, ଯୋଗେନ୍ଦ୍ର ବେହେରା, ଦିବାକର ବେହେରା, ନାରାୟଣ ମାହାଳି, ମୁନା ଦଳାଇ, ଅଲେଖ ବେହେରା, ଅନାମ ବେହେରା, ସଚ୍ଚିଦାନନ୍ଦ ବେହେରା, ଫକିର ବେହେରା, ମହେଶ୍ୱର ବେହେରା ଓ ପ୍ରଦିପ ବେହେରାଙ୍କ ସହ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ନେତୃସ୍ଥାନୀୟ କୈବର୍ତ୍ତମାନେ ଉପସ୍ଥିତ ଥିଲେ ।


