ମାଗଣା ଚକ୍ଷୁ ଚିକିତ୍ସା ଶିବିର
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ମରୈଗାଁ ଠାରେ ସତ୍ୟସାଇ ସେବା ସମିତି ମରୈଗାଁ ତରଫରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇସମିତିର ଆବାହକ ସୁଦାମ ଚରଣ ଜେନାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଶିବିରରେ ୪୦ରୁ ଉର୍ଦ୍ଧ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯିବା ସହିତ ୧୫ଜଣ ରୋଗୀଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ପଠାଯାଇଥିଲା । ଭୁମିକା ଚକ୍ଷୁ ଚିକିତ୍ସାଳୟର ଡାକ୍ତର ସାନିଭା ପ୍ରୀୟଦର୍ଶନୀ କର ଓ ସୁପ୍ରୀୟା ପ୍ରୀୟଦର୍ଶନୀ, ଅନାଦି ଚରଣ ପାଳ, ପ୍ରୀୟଦର୍ଶନୀ ଓଝା, ଶୁଭଲକ୍ଷ୍ମୀ ବାରିକ ପ୍ରମୁଖ ଚକ୍ଷୁ ପରୀକ୍ଷା କରିଥିଲେ । ସମିତିର ସଦସ୍ୟ ଅଜୟ କୁମାର ଦାସ, ନିର୍ମଳ ଚନ୍ଦ୍ର ମଲ୍ଲିକ, ବିଶ୍ୱନାଥ ଭୋଳ, ପ୍ରଦୀପ କୁମାର ଜେନା, ପ୍ରତାପ କୁମାର ଦାସ, ସୁଦର୍ଶନ ଘଡେଇ, ସାବିତ୍ରୀ ଜେନା, ସ୍ନିଗ୍ଧାରାଣୀ ଘଡେଇ, ସୁକାନ୍ତୀ ଗିରି, ରେବତୀ ମହାନ୍ତି ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।