ଅଭିଯାନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଜିଲ୍ଲାର ବିଭିନ୍ନ ଗ୍ରାମରେ “ସଖୀ”- ୱାନଷ୍ଟପ କେନ୍ଦ୍ର ପକ୍ଷରୁ କିଶୋରୀ ବାଳିକା ମାନଙ୍କୁ ନେଇ ବାଲ୍ୟ ବିବାହ ନିଷେଧ ଅଭିଯାନ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି / “ସଖୀ”- ୱାନଷ୍ଟପ କେନ୍ଦ୍ର ପକ୍ଷରୁ ଗଜପତି ଜିଲ୍ଲାର ବ୍ରାହ୍ମଣ ସୀତାପୁର , ଉପଲଡା , ଜୀବା , ପଦ୍ମପୁର , ଜଗିପାଡୁ ଗ୍ରାମରେ କିଶୋରୀ ବାଳିକା ମାନଙ୍କୁ ନେଇ ବାଲ୍ୟ ବିବାହ ନିଷେଧ ଆଇନ ସମ୍ପର୍କିତ , ଯୁବତୀ ଚାଲାଣ , ଯୌନ ନିର୍ଯ୍ୟାତନା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ “ସଖୀ” ୱାନଷ୍ଟପ କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଯୋଗଦେଇ ବାଲ୍ୟ-ବିବାହ ନିଷେଧ ଆଇନର ବିଭିନ୍ନ ଦିଗ ଉପରେ ବୁଝାଇଥିଲେ । ମୁଖ୍ୟତଃ ଏହି ଆଇନରେ ସମ୍ପୃକ୍ତ ଦୋଷୀଙ୍କ ପାଇଁ ରହିଥିବା ଦଣ୍ଡବିଧାନ ଯାହାକି , ୨ ବର୍ଷ ଜେଲ ସହ ୧ ଲକ୍ଷ ଟଙ୍କା ଜୋରିମାନା ରହିଥିବା ଉପରେ କହି ବୁଝାଇଥିଲେ । ଏତଦ ବ୍ୟତୀତ ବାଲ୍ୟବିବାହର କୁ-ପ୍ରଭାବ , ବାଲ୍ୟବିବାହ ପାଇଁ କିଏ କିଏ ଦାୟୀ , ବାଲ୍ୟ-ବିବାହ ନିଷେଧ ଅଧିକାରୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ କଣ , ୧୮୧ ନମ୍ବର ଓ ୧୦୯୮ ନମ୍ବର କିଭଳି ଓ କେଉଁ ପରିସ୍ଥିତିରେ ସାହାର୍ଯ୍ୟ ଓ ସହାୟତା ପାଇଁ ଡାଏଲ କରି ପାରିବେ ପ୍ରଭୃତି ଉପରେ “ସଖୀ” ୱାନଷ୍ଟପ କେନ୍ଦ୍ରର ପରିଚାଳିକା ଶ୍ରୀମତି ଭାଗ୍ୟଲକ୍ଷ୍ମୀ ନାୟକ ଉପସ୍ଥିତ କିଶୋରୀ ବାଳିକା ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ Counselor ସୁପ୍ରଭା ସାହୁ , ମିନାକୁମାରୀ ଟହଲ, ପ୍ରଣତି ପ୍ରିୟଦର୍ଶନୀ ଦାସ ଓ ସେଠାକାର ଅଙ୍ଗନବାଡି କର୍ମୀ ଯୋଗଦେଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ