ଡ଼ଙ୍ଗା ଓ ଜାଲ ପୋଡ଼ି ଦେଲେ ଦୁର୍ବୁତ୍ତ

ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ବ୍ଲକ ଅନ୍ତର୍ଗତ ଗଜପତିନଗର ମତ୍ସ୍ୟଜୀବୀ ମାନଙ୍କର ସାହେବକେନାଲ ଜେଟି ଚିଲିକା କୂଳରେ ଥିବା ତିନଟି ଡଙ୍ଗାକୁ ଦୁର୍ବୁତ୍ତ ମାନେ ଗତ କାଲି ରାତିରେ ପୋଡି ଦେଇଥିବା ଜଣାପଡିଛି । ଗଜପତି ସମବାୟ ସମିତିର ସଭ୍ୟ ଥିବା ମଶ୍ଚଜୀବୀ ସନ୍ୟାସୀ ବେହେରା, ଗଣେଶ ବେହେରା ଓ ବିକ୍ରମ ବେହେରାଙ୍କ ଡ଼ଙ୍ଗା ପୋଡ଼ିଯାଇଥିବା ବେଳେ ଡଙ୍ଗା ରେ ଥିବା , ଜାଲ ପୋଡି ହୋଇ ନଷ୍ଟ ହୋଇଯାଇଛି । ଯାହାର . ଆନୁମାନିକ ମୁଲ୍ୟ ୧୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ଏନେଇ ଉକ୍ତ ମଶ୍ଚଯିବି ମାନେ ଗଂଜାମ ତହସିଲଦର,, ଜିଲ୍ଲା ମତ୍ସ୍ୟ ଅଧିକାରୀ ଓ ରମ୍ଭା ଥାନାରେ ଲିଖିତ ଜଣାଇଛନ୍ତି । ଅନ୍ୟପଟେ . ମତ୍ସ୍ୟଜୀବୀ ମହାସଂଘ ଉପସଭାପତି ଭୀମସେନ ବେହେରା ପ୍ରଶାସନ ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧୀ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗରିବ ପରିବାରଙ୍କୁ କ୍ଷତି ପୁରଣ ଦେବାକୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ