ପଞ୍ଚାୟତରେ ବିଜେଡ଼ିର ଘରକୁ ଘର ବୁଲି ପ୍ରଚାର

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ଖୁବ୍ କମ୍ ଦିନ ବାକି ଥିବା ବେଳେ ଗାଆଁ ଗାଆଁରେ ବିଭିନ୍ନ ରାଜନୈତିକ ଦଳୀୟ ପ୍ରାର୍ଥୀ ଏବଂ ସ୍ୱାଧୀନ ପ୍ରାର୍ଥୀ ମାନେ ବିଭିନ୍ନ ଢ଼ଙ୍ଗରେ ପ୍ରଚାର କରି ଭୋଟରଙ୍କ ନିକଟରେ ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି I ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ରେ ଆସନ୍ତା ୨୦ ତାରିଖରେ ତିନୋଟି ଜିଲ୍ଲାପରିଷଦ ଜୋନ୍ ସମେତ ୧୮ ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ୍ ସଭ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ବ୍ଳକ୍ ରେ ଅନ୍ୟ ଦଳ ଆପେକ୍ଷା ବିଜେଡ଼ି ପ୍ରଚାର କ୍ଷେତ୍ରରେ ଅଗ୍ରଣୀ ରହିଛି I ଆଜି ବେଲଗୁଣ୍ଠା ବ୍ଳକ୍ ର ବିଜେଡ଼ି ଗଡ଼ ଭାବେ ପରିଚିତ ଥିବା ଖଇରପୁଟି ପଞ୍ଚାୟତର ଖଇରପୁଟି,ବଡ଼ସାଦରା,ସାନସାଦରା ଏବଂ ଇନ୍ଧନପୁର ଗ୍ରାମରେ ୪୮ ନମ୍ବର୍ ଜୋନ୍ ଜିଲ୍ଲାପରିଷଦ ପ୍ରାର୍ଥୀ ପଞ୍ଚାନନ ନାୟକ ଘରକୁ ଘର ବୁଲି ଭୋଟ ଭିକ୍ଷା କରିବା ସହିତ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ I ଆଜି ପଞ୍ଚାନନଙ୍କ ସମେତ ଖଇରପୁଟି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ପ୍ରତିମା ଜେନା, ସମିତିସଭ୍ୟା ପ୍ରାର୍ଥୀନୀ ଚନ୍ଦନା ନାଇକ ଏବଂ ୱାର୍ଡସଭ୍ୟ ପ୍ରାର୍ଥୀମାନେ ମଧ୍ୟ ଘରକୁ ଘର ବୁଲି ନିଜ ପାଇଁ ପ୍ରଚାର କରିଥିଲେ ଓ ଆଜି ବିଜେଡି ସମର୍ଥିତ ପ୍ରାର୍ଥୀ ମାନଙ୍କ ସହିତ ସମିତି ସଭ୍ୟ ପ୍ରଭାତ ସ୍ୱାଇଁ, ସରପଞ୍ଚ ପ୍ରତିନିଧି ଦିଲ୍ଲୀପ୍ କୁମାର ଜେନା ଏବଂ ବହୁ ବିଜେଡ଼ି କର୍ମୀ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ I ଖଇରପୁଟି ପଞ୍ଚାୟତ ବିଜେଡିର ଏକ ଅଭେଦ୍ୟ ଗଡ଼ ହୋଇଥିବା ବେଳେ ଚଳିତ ନିର୍ବାଚନରେ ମଧ୍ୟ ଏହି ପଂଚାୟତରେ ବିଜେଡ଼ିର ହାତ ମୁଠାକୁ ଅଧିକ ଟାଣ କରିବା ପାଇଁ ବିଜେଡ଼ି ପ୍ରାର୍ଥୀମାନେ ଜନ ସାଧାରଣଙ୍କୁ ଅନୁରୋଧ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ