ବିଜେପିର ଜୋରଦାର୍ ପ୍ରଚାର
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ପର୍ୟ୍ୟାୟ ପ୍ରଚାର କାର୍ଯ୍ୟକ୍ରମ ଆଜି ଶେଷ ହୋଇଥିବା ବେଳେ ଅନ୍ୟ ଚାରି ପର୍ଯ୍ୟାୟ ପାଇଁ ଗାଆଁ ଗାଆଁରେ ବିଭିନ୍ନ ରାଜନୈତିକ ଦଳୀୟ ପ୍ରାର୍ଥୀ ଏବଂ ସ୍ୱାଧୀନ ପ୍ରାର୍ଥୀ ମାନେ ପ୍ରଚାରକୁ ଜୋରଦାର୍ କରିଛନ୍ତି I ଏହି ଅବସରରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ରେ ଆସନ୍ତା ୨୦ ତାରିଖରେ ତିନୋଟି ଜିଲ୍ଲାପରିଷଦ ଜୋନ୍ ସମେତ ୧୮ ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ୍ ସଭ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ବ୍ଳକ୍ ର ବିଜେଡ଼ି ଗଡ଼ ଭାବେ ପରିଚିତ ଥିବା ଖଇରପୁଟି ପଞ୍ଚାୟତରେ ଆଜି ବିଜେପି ତରଫରୁ ରଣ ହୁଙ୍କାର ଦିଆଯାଇଛି I ପଞ୍ଚାୟତର ଖଇରପୁଟି,ବଡ଼ସାଦରା,ସାନସାଦରା ଏବଂ ଇନ୍ଧନପୁର ଗ୍ରାମରେ ୪୮ ନମ୍ବର୍ ଜୋନ୍ ଜିଲ୍ଲାପରିଷଦ ପ୍ରାର୍ଥୀ ସୁଧୀର କୁମାର ଜେନା ଘରକୁ ଘର ବୁଲି ଭୋଟ ଭିକ୍ଷା କରିବା ସହିତ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ I ଆଜି ସୁଧୀରଙ୍କ ସମେତ ଖଇରପୁଟି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସତ୍ୟବାନ ସ୍ୱାଇଁ , ସମିତିସଭ୍ୟା ପ୍ରାର୍ଥୀନୀ ଶାନ୍ତି ବେହେରା ଏବଂ ୱାର୍ଡସଭ୍ୟ ପ୍ରାର୍ଥୀମାନେ ମଧ୍ୟ ଘରକୁ ଘର ବୁଲି ନିଜ ପାଇଁ ପ୍ରଚାର କରିଥିଲେ ଓ ଆଜି ବିଜେପି ସମର୍ଥିତ ପ୍ରାର୍ଥୀ ମାନଙ୍କ ସହିତ ବହୁ ବିଜେପି କର୍ମୀ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ I


