ଶ୍ରୀମଦ୍ ଭାଗବତ ଗୀତା : ସୁଧା ନିର୍ଝର ପୁସ୍ତକ ଉନ୍ମୋଚିତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀମଦ୍ ଭାଗବତ ଗୀତା ସୁଧା ନିର୍ଝର ପୁସ୍ତକ ଉନ୍ମୋଚିତ ହୋଇଛି । ବିନୋଦିନୀ ନାୟକଙ୍କ ଦ୍ଵାରା ରଚିତ ଏହି ପୁସ୍ତକଟି ସରଳ ଓଡ଼ିଆ ଓ ସ୍ଥାନୀୟ ଭାଷା ରେ ଉପସ୍ଥାପିତ ହୋଇଥିବାରୁ ଏହା ସାଧାରଣ ଲୋକଙ୍କ ମନଛୁଆଁ ହୋଇପାରିବ ବୋଲି ମତପ୍ରକାଶ ପାଇବା ସାଙ୍ଗକୁ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବାରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।ସାମାଜିକ କର୍ମୀ ଅରୁଣ ଶତପଥୀ ଙ୍କ ସଂଯୋଜନାରେ ଆୟୋଜିତ ପୁସ୍ତକ ଲୋକାର୍ପିତ ଉଛବର ମୁଖ୍ୟ ଅତିଥି ଯୋତୀର୍ବିଦ୍ ବଟକୁଷ୍ଣ ତ୍ରିପାଠୀ, ମୁଖ୍ୟବକ୍ତା ଭାଗବତ ଭାସ୍କର ଜଗନ୍ନାଥ ପଣ୍ଡା, ସମ୍ମାନୀୟ ଅତିଥି ଶିକ୍ଷାବିତ୍ ନିରଞ୍ଜନ ତ୍ରିପାଠୀ,ମାନସ ଭଜନ ପ୍ରମୋଦ ପାଢ଼ୀ, ଶିଶୁ ସାହିତ୍ୟିକ ନିରଞ୍ଜନ ତ୍ରିପାଠୀ, କବି ଆଦିକନ୍ଦ ପାଣିଗ୍ରାହୀ, ଇଞ୍ଜିନିୟର ରାମଚନ୍ଦ୍ର ପଟ୍ଟନାୟକ,ପ୍ରମୁଖ ଯୋଗ ଦେଇଥିଲେ। ସଙ୍ଗୀତ ସାଧକ ପ୍ରଫୁଲ୍ଲ ମହାପାତ୍ର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବାବେଳେ ନିମନ୍ତ୍ରିତ ଅତିଥି ରୂପେ ଅସିତ୍ ପଟ୍ଟନାୟକ,ସୁଧୀର କାନ୍ତ ରଥ, ପ୍ରକାଶ ପଣ୍ଡା, ଏନ୍ ପ୍ରଭାକର ରାଓ, ଉମା ଚୌଧୁରୀ, ପୀତବାସ ପାଣିଗ୍ରାହୀ, ସୁରେନ୍ଦ୍ରନାଥ ପାଢ଼ୀ, ଶୈଳବାଳା ପାଣିଗ୍ରାହୀ, ସୋମନାଥ ସାହୁ, ରାଜେନ୍ଦ୍ର ଶତପଥୀ ପ୍ରମୁଖ ବହୁ ଧର୍ମ ପ୍ରାଣ ବ୍ୟକ୍ତି ଉପସ୍ଥିତ ଥିଲେ ।ସୁବାସ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।