ଲକ୍ଷ୍ମଣ ମହାନ୍ତଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ବାଲେଶ୍ୱର : ପରିବହନ ଶ୍ରମିକ ସଂଘର ଜଣେ ନିରଳସ ସଭ୍ୟ ତଥା ସି.ପି.ଆଇ.(ଏମ୍) ସହର କମିଟି ସଦସ୍ୟ ଲକ୍ଷ୍ମଣ ମହାନ୍ତଙ୍କର ବିୟୋଗରେ ନୂଆବଜାରସ୍ଥିତ ଶ୍ରମିକ ସଂଘ ଗୃହରେ ବୁଧବାର ପୂର୍ବାହ୍ନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ବସ୍ଷ୍ଟାଣ୍ଡରେ ସୁପରଭାଇଜର ଭାବେ ଦୀର୍ଘ ୨୦ବର୍ଷ ଧରି ସେ କାର୍ଯ୍ୟ କରୁଥିଲେ । ରକ୍ତକର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥାଇ ମାତ୍ର ୫୦ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ସେ ବସ୍ଷ୍ଟାଣ୍ଡ୍ରେ କଟିଆ ନାମରେ ସମସ୍ତଙ୍କର ଅତ୍ୟନ୍ତ ପ୍ରିୟଭାଜନ ଥିଲେ । ଯାତ୍ରୀ ଓ ପରିବହନ ଶ୍ରମିକ, ବସ୍ ମାଲିକମାନେ ତାଙ୍କର ସଚ୍ଚୋଟତା ଓ ପରୋପକାର ପାଇଁ ତାଙ୍କୁ ଶ୍ରଦ୍ଧା କରୁଥିଲେ । ତାଙ୍କ ମୃତ୍ୟୁରେ ଜଣେ ନିଷ୍ଠାବାନ ଶ୍ରମିକ ତଥା ବାମପନ୍ଥୀ ଆଦର୍ଶ ନେଇ ବହୁ ସଂଗ୍ରାମରେ ନେତୃତ୍ୱ ନେଇଥିବା ସାଥୀଙ୍କ ଦେହାନ୍ତରେ ପରିବହନ ଶ୍ରମିକ ସଂଘ, ଭ୍ରାତୃପ୍ରତିମ ସଂଘ ଓ ପାର୍ଟିର ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ସି.ଆଇ.ଟି.ୟୁ.ର ରାଜ୍ୟନେତା ରାଧାରମଣ ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିଲେ । ସଂଘର ସଂପାଦକ ରାଜକିଶୋର ଲେଙ୍କାଙ୍କ ସମେତ ବିନୋଦ ଜେନା, ଅସିତ୍ ବରଣ ଦାସ, ନିକୁଞ୍ଜ ବସନ୍ତ ରାୟ, ଶ୍ୟାମସୁନ୍ଦର ଜେନା, ଏମ୍.କେ.ଡି. ମଜୁମଦାର, ଦୀପ୍ତିମାନ ଆଚାର୍ଯ୍ୟ, ଅଭିରାମ ବେହେରା, ସୁଶାନ୍ତ ନାୟକ, ସାଇକିଙ୍କର ନାୟକ, ସି.ପି.ଆଇ.(ଏମ୍.)ର ଜିଲ୍ଲା ସଂପାଦକ ଶିଶିର ହୁଇ, ନିର୍ମଳ ନାୟକ, ଟି.ୟୁ.ଏ.ସି.ସି.ର ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ଓ ଗଣତାନ୍ତ୍ରିକ ମହିଳା ସମିତିର ଜାତୀୟ ନେତ୍ରୀ ତାପସୀ ପ୍ରହରାଜ ପ୍ରମୁଖ ସ୍ୱର୍ଗତଃ ମହନ୍ତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ । ସୁଶାନ୍ତ ସାହୁ ଉପସ୍ଥିତ ଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ