ବେଲଗୁଣ୍ଠାରେ ଦୁଇ ପିଙ୍କ୍ ବୁଥ୍ :  ଭୋଟ ଦେବେ 827 ମହିଳା

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଆଜି ବେଲଗୁଣ୍ଠା ବ୍ଳକ୍ ର 18 ଟି ପଞ୍ଚାୟତ ଏବଂ ତିନୋଟି ଜିଲ୍ଲାପରିଷଦ ଜୋନ୍ ପାଇଁ ଅନୁଷ୍ଠିତ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ I ଏଥିରେ ବ୍ଲକ୍ 284 ଟି ବୁଥ୍ ରେ ଭୋଟର ବାଛିବେ ସେମାନଙ୍କ ନେତା I 284 ବୁଥ୍ ମଧ୍ୟରୁ ମହିଳାଙ୍କୁ ଆକୃଷ୍ଟ କରିବା ପାଇଁ ତନରଡା ପଂଚାୟତର ଶ୍ରୀବତ୍ସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୁଥ୍ ନମ୍ବର୍-6 ଏବଂ ବୁଥ୍ ନମ୍ବର୍-7 ରେ ପ୍ରସ୍ତୁତ ହୋଇଛି ଦୁଇଟି ପିଙ୍କ୍ ବୁଥ୍ I ଉଭୟ ବୁଥ୍ ରେ ଯଥା କ୍ରମେ 495 ଏବଂ 332 ମହିଳା ଭୋଟର ଭୋଟ୍ ଦେବେ I ଉଭୟ ପିଙ୍କ୍ ବୁଥ୍ ରେ ମହିଳା ପୋଲିଂ କର୍ମଚାରୀମାନେ ନିଯୁକ୍ତ ହୋଇଛନ୍ତି I ସୂଚନା ଅନୁସାରେ ଛଅ ନମ୍ବର୍ ପିଙ୍କ୍ ବୁଥ୍ ରେ ପ୍ରିଜାଇଡ଼ିଂ ଅଫିସର୍ ଭାବେ ଚିନ୍ମୟୀ ନାୟକ,ପ୍ରଥମ ପୋଲିଂ ଅଧିକାରୀ ଭାବେ ପି.ଅରୁଣା ଏବଂ ଦ୍ୱିତୀୟ ପୋଲିଂ ଅଧିକାରୀ ଭାବେ ଅନୀତା ଖଣ୍ଡୁଆଳ ନିଯୁକ୍ତ ହୋଇଥିବା ବେଳେ ସାତ ନମ୍ବର୍ ବୁଥ୍ ରେ ପ୍ରିଜାଇଡ଼ିଂ ଅଫିସର୍ ଭାବେ ସୁଷମା କୁମାରୀ ନନ୍ଦ ଏବଂ ପୋଲିଂ ଅଧିକାରୀ ଭାବେ ଅନୀତା ମଲ୍ଲିକ ଓ ସ୍ବର୍ଣ୍ଣଲତା ପାତ୍ର ନିଯୁକ୍ତ ହୋଇଛନ୍ତି I ବୁଥ୍ ଗୁଡ଼ିକର ସେକ୍ଟର୍ ଅଫିସର୍ ଭାବେ ଗାଙ୍ଗପୁର ରାଜସ୍ଵ ନୀରିକ୍ଷକ ପ୍ରଦୀପ କୁମାର ଗୌଡ଼ ନିଯୁକ୍ତ ହୋଇଥିବା ବେଳେ ବଡ଼ବୋର୍ସିଂ ସେକ୍ଟର୍ ଅଫିସର୍ ତଥା ପୂର୍ବତନ ସିଆରସିସି ବାଳକୃଷ୍ଣ ସାବତ, ଗାଙ୍ଗପୁର ସେକ୍ଟର୍ ଅଫିସର୍ ସୁବ୍ରତ ପାତ୍ର ଏବଂ ସନ୍ତୋଷ ପଟ୍ଟନାୟକ ଉଭୟ ବୁଥ୍ ର ମହିଳା କର୍ମଚାରୀଙ୍କୁ ଉତ୍ସାହିତ କରିଛନ୍ତି I ନିର୍ବାଚନ ଅଧିକାରୀ ତଥା ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୂଷଣ ମହାପାତ୍ର ଏବଂ ଏବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପିଙ୍କ୍ ବୁଥ୍ ଦୁଇଟି ପ୍ରସ୍ତୁତ ହୋଇଛି I ବେଲଗୁଣ୍ଠା ଥାନା ଅଧିକାରୀଙ୍କ ତତ୍ତ୍ୱାବଧାନରେ ପୋଲିସ୍ କର୍ମଚାରୀ ଉଭୟ ବୁଥ୍ ର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ୍ କରୁଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ