ଚକ୍ରୋଡା ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀନୀ ଓ ସମିତିସଭ୍ୟ ପ୍ରାର୍ଥୀନୀଙ୍କ ପ୍ରଚାର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଚକ୍ରୋଡ଼ା ଗ୍ରାମ ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ତନୁଜା ନାୟକ ଓ ସମିତିସଭ୍ୟା ପ୍ରାର୍ଥୀନୀ ଝୁନିପ୍ରଭା ରାଉତ ଘର ଘର ବୁଲି ନିର୍ବାଚନ ପ୍ରଚାର କରିଛନ୍ତି । ସେମାନେ ପ୍ରଚାର ବେଳେ କହିଛନ୍ତି ନବୀନ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିର୍ବାଚନ ରଣାଙ୍ଗନକୁ ଆସିଛୁ । ନବୀନ ବାବୁଙ୍କ ଜନହିତକର କାର୍ଯ୍ୟ ଲୋକଙ୍କ ପାଖରେ ଶତ ପ୍ରତିଶତ ପହଞ୍ଚାଇବା ଆମର ଲକ୍ଷ । ଆମ ମୋ ପଞ୍ଚାୟତର ପ୍ରତି ୱାର୍ଡରେ ବିଜୁଳି ଆଲୋକ ବ୍ୟବସ୍ଥା କରିବୁ, ସମସ୍ତ ପଞ୍ଚାୟତବାସୀଙ୍କ ଘରେ ଯେପରି ପାଇପ ଯୋଗେ ବିଶୁଦ୍ଧ ପାଣି ପହଞ୍ଚିବ ସେ ନେଇ ବ୍ୟବସ୍ଥା କରିବୁ, ଯେଉଁ ବ୍ୟକ୍ତିମାନଙ୍କ ଘରେ ପାଇଖାନା ନାହିଁ ସେମାନଙ୍କ ଘରେ ପାଇଖାନା ବସାଇବୁ, ବରିଷ୍ଠ ନାଗରିକମାନଙ୍କ ପାଇଁ ଭାଗବତ ଟୁଙ୍ଗୀ କରିବୁ, ମହିଳାମାନଙ୍କୁ ଆତ୍ମନିଯୁକ୍ତି ଦେଇ ନାରୀ ସଶକ୍ତିକରଣ କାର୍ଯ୍ୟକୁ ଆଗେଇ ନେବୁ, ବିନା ଉତ୍କୋଚରେ ଆବାସ ଯୋଜନାରେ ବିପିଏଲ ଶ୍ରେଣୀର ଲୋକଙ୍କୁ ସାମିଲ କରିବୁ, ଗ୍ରାମ ପଞ୍ଚାୟତର ଆୟବ୍ୟୟ ହିସାବ ପଞ୍ଚାୟତବାସୀଙ୍କ ସମ୍ମୁଖରେ ପ୍ରତି ମାସରେ ହିସାବ ଦେବୁ ବୋଲି ଶ୍ରୀମତୀ ନାୟକ ଓ ଶ୍ରୀମତୀ ରାଉତ କହିଛନ୍ତି । ସୂଚନା ଥାଉକି ଆସନ୍ତା ୨୨ ତାରିଖରେ ଏହି ପଞ୍ଚାୟତରେ ନିର୍ବାଚନ ଅନୁଷ୍ଠିତ ହେବ । ୨୦ ତାରିଖ ସନ୍ଧ୍ୟାରେ ପ୍ରଚାର ଶେଷ ହେବ । ତେଣୁ ରାତିଦିନ କରି ଏହି ଦୁଇ ପ୍ରାର୍ଥୀ ପଞ୍ଚାୟତରେ ନିର୍ବାଚନ ପ୍ରଚାର ଜାରି ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ