ଶାନ୍ତି ଶୃଙ୍ଖଳାର ସହ ହାଟଡିହିରେ ସରିଲା ମତଦାନ
ହାଟଡିହି, (ବିକାଶ ବିଶ୍ୱାଳ ) :-କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକରେ ଆଜି ତ୍ରୀସ୍ତରୀୟ ପଞ୍ଚାତ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ମତଦାନ ସମାପ୍ତ ହୋଇଛି । ୪ଟି ଜିଲ୍ଲାପରିଷଦ ଆସନ ସହିତ ୩୧ଟି ପଞ୍ଚାୟତର ସରପଞ୍ଚ, ୩୦ଟି ସମିତିସଭ୍ୟ ଓ ୱାର୍ଡସଭ୍ୟ ସଭ୍ୟା ପାଇଁ ହୋଇଥିଲା ଏହି ନିର୍ବାଚନ । ଏଥିପାଇଁ ଆଜି ସବୁ ବୁଥରେ ସକାଳୁ ସକାଳୁ ଭିଡ ପରିଲକ୍ଷିତ ହୋଇଥିଲା । ଲୋକମାନେ ଧାଡିରେ ଠିଆ ହୋଇ ଭୋଟ ଦେଉଥିବା ଦେଖିବାକୁ ମିଳିଥିଲା । ଆଜି ବ୍ଲକର ମୋଟ ୪୧୮ଟି ଭୋଟଗଗ୍ରହଣ କେନ୍ଦ୍ରରେ ଭୋଟ ହୋଇଥିବାବେଳେ ୧୦୫୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସ ମଧ୍ୟରେ ସିଲ ହୋଇଛି । କେତେକ ସ୍ଥାନରେ ଛୋଟ ମୋଟର ଗଣ୍ଡଗୋଳ ଘଟିଥିବା ଜଣାଯାଇଛି । ହାବଳେଶ୍ୱର ପଞ୍ଚାୟତର ଡିମିରିଆ ବୁଥରେ ଦୁଇ ଏଜେଣ୍ଟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ଚେୟାର ଫିଙ୍ଗା ଫିଙ୍ଗି ହୋଇଥିଲା । ଏପରିକି ଦୁଇଘଣ୍ଟା ପୁର୍ବରୁ କିଛି ଏଜେଣ୍ଟଙ୍କୁ ମଧ୍ୟ ବାହାରକୁ ବାହାର କରିଦିଆଯାଇ ଜଣେ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେଇଥିବା ଅଭିଯୋଗ ହୋଇଛି । ସେହିପରି ଶାଳଣିଆଁ ଜଳସେଚନ କାର୍ଯ୍ୟାଳୟରେ ହୋଇଥିବା ବୁଥରେ ମଧ୍ୟ ଭୋଟ ଦେବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହେବାରୁ ଦୀର୍ଘସମୟ ଧରି ମତଦାନ ବନ୍ଦ ରହିଥିଲା । ପରେ ପୁଲିସ ପହଞ୍ଚି ବାପରେ ଯାଇ ମତଦାନ ହୋଇଥିଲା ।


