ଜମଧର ପଞ୍ଚାୟତରେ ସମିତିସଭ୍ୟା ପ୍ରାର୍ଥୀନୀଙ୍କ ନିର୍ବାଚନ ପ୍ରଚାର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ଯୁବନେତା ସୁଧିର କୁମାର ଜେନାଙ୍କ ଧର୍ମପତ୍ନୀ ମିତା ସାମଲ ନିଜର ସମର୍ଥକମାନଙ୍କ ସହ ସେହି ପଞ୍ଚାୟତର ପ୍ରତି ଗ୍ରାମରେ ରାଲି କରିବା ସହ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ସମାଜସେବୀ ସ୍ୱାମୀ ସୁଧିରଙ୍କ ସେହି ପଞ୍ଚାୟତର ଲୋକମାନଙ୍କୁ ବିଭିନ୍ନ ସମୟରେ କରିଥିବା ସାହାଯ୍ୟ ଓ ସହଯୋଗକୁ ପାଥେୟ କରି ସେ ଭୋଟରଙ୍କ ପାଖରେ ଭୋଟ ଭିକ୍ଷା କରୁଛନ୍ତି । ଏଥିସହିତ ଆଗାମୀ ଦିନରେ ସେହି ପଞ୍ଚାୟତର ବିକାଶ ଓ ଜନତାଙ୍କ ସେବା କରିବାକୁ ପ୍ରତିଶୃତି ବଦ୍ଧ ବୋଲି ସମିତିସଭ୍ୟା ପ୍ରାର୍ଥୀନୀ ଶ୍ରୀମତୀ ସାମଲ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ