ରାୟଗଡ ବ୍ଲକରେ ୮୨.୭୨ ପ୍ରତିଶତ ମତଦାନ : ଜିଲ୍ଲାପାଳଙ୍କ ବୁଥ ପରିଦର୍ଶନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ମଦାନ ରବିବାର ରାୟଗଡ ବ୍ଲକ ଠାରେ ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଯାଇଛି । ମୋଟ ୫୨, ୬୩୬ ମତଦାଙ୍କ ମଧ୍ୟରୁ ୪୩, ୫୩୯ ମତସାବ୍ୟସ୍ତ କରିଥିଲେ । ଯାହାକି ୮୨.୭୨ପ୍ରତିଶତ ମତହାର ରହିଥିବାର ଜଣାପଡିଛି । ବ୍ଲକର ୨ଗୋଟି ଜିଲ୍ଲାପରିଷଦ ଜୋନ୍ ଏବଂ ୨୧ ପଞ୍ଚାୟତର ସରପଞ୍ଚ, ୨୧ ସମିତିସଭ୍ୟ ଓ ୨୪୯ ୱାର୍ଡମେମ୍ବର ପାଇଁ ନିର୍ବାଚନ ହୋଇଥିଲା । ତେବେ ୨୪୯ଟି ୱାର୍ଡ ମେମ୍ବର ପାଇଁ ୪୫ ଗୋଟି ୱାର୍ଡରେ ପ୍ରତିଦ୍ୱନ୍ଦିତା ହୋଇଥିଲା । ଅବଶିଷ୍ଟ ୨୦୪ଗୋଟି ୱାର୍ଡ ରେ ପ୍ରାୟତଃ ଅପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ରହିଥିବା ବେଳେ କେତେକ ୱାର୍ଡ ନିମନ୍ତେ ନାମାଙ୍କନ ଭରିନଥିବାର ମଧ୍ୟ ଜଣାପଡିଛି । ୫୨ହଜାର ୬୩୬ ଭୋଟର ମୋଟ ୨୪୯ଗୋଟି ବୁଥରେ ମତଦାନ ବ୍ୟବସ୍ଥା ହୋଇଥିଲା । ୨ଗୋଟି ଜିଲ୍ଲାପରିଷଦ ଆସନ ପାଇଁ ମୋଟ ୬ ପ୍ରାର୍ଥୀିନୀ ନିର୍ବାଚନ ଲଢିଛନ୍ତି । ସେହିପରି ବ୍ଲକରେ ୨୧ଗୋଟି ସରପଞ୍ଚ ପଦବୀ ପାଇଁ ୯୪ଜଣ ପ୍ରାର୍ଥୀ/ପ୍ରାର୍ଥିନୀ, ୨୧ଗୋଟି ସମିତି ପାଇଁ ୬୨ଜଣ ନିର୍ବାଚନ ଲଢିଛନ୍ତି । ୨୪୯ବୁଥର ବ୍ୟାଲେଟ ବକ୍ସ ଗୁଡିକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଏହି ନିର୍ବାଚନ ପ୍ରକ୍ରିୟା କିପରି ଶାନ୍ତି ଶୃଙ୍ଖଳା ଓ ମୁକ୍ତ ଅବାଧ ନିର୍ବାଚନ ଅନୁଷ୍ଠିତ ହେଉଛି ତାହାର ତଦାରଖ କରିବାପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ବ୍ଲକର ବିଭିନ୍ନ ମତଦାନ କେନ୍ଦ୍ର ପରିଦର୍ଶନ କରିଥିବାର ଜଣାପଡିଛି । ବିଭିନ୍ନ ବୁଥ୍ ଗୁଡିକୁ ପରିଦର୍ଶନ କରି କିପରି ନିର୍ବାଚନ ପରିଚାଳନା ହେଉଛି ଆଦିକୁ ନେଇ ବିଭିନ୍ନ ତଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ଏହା ସହ ପୋଲିଂ ଅଧିକାରୀମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ସେହିପରି ବ୍ଲକ ସଦର ରାୟଗଡ ଠାରେ ଥିବା ଷ୍ଟ୍ରଙ୍ଗରୁମ୍,ଭୋଟ ବକ୍ସ ବିତରଣ ଓ ଗ୍ରହଣ କେନ୍ଦ୍ରକୁ ଯାଇ ତଦାରଖ କରିଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ବହୁ ଅଧିକାରୀ ଉପସ୍ଥିତଥିଲେ ।