ଜଙ୍ଗଲ ଧାରାବାହିକରେ ଗବେଷକ ଡକ୍ଟର ବ୍ରଜକିଶୋର

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଆନ୍ତର୍ଜାତିକ ସୁନାମଧନ୍ୟ ଶିଳ୍ପୀ ସ୍ଥିତଧି ରଥ ଙ୍କ ଦ୍ଵାରା ପ୍ରଯୋଜିତ ଧାରାବାହିକ ” ଜଙ୍ଗଲ” ର ନବମ ଭାଗ ମୁକ୍ତିଲାଭ କରିଥିବା ବେଳେ ପ୍ରତ୍ନତାତ୍ତ୍ୱିକ ଗବେଷକ ଡକ୍ଟର ବ୍ରଜକିଶୋର ପାଢୀଙ୍କୁ ଦେଖିବାକୁ ମିଳିଛି । ବୁଗୁଡା ଅଞ୍ଚଳର ଐତିହ୍ୟ, ସଂସ୍କୃତି, କଳା ଓ ପ୍ରାକୃତିକ ସ୍ଥଳୀକୁ ଲୋକଲୋଚନକୁ ଆଣିବା ସହ ସ୍ୱାସ୍ଥ୍ୟ, ପରିବେଶ ଓ ଶିକ୍ଷା ପ୍ରଭୃତି ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଶିଳ୍ପୀ ସ୍ଥିତିଧି ରଥ ଧାରାବାହିକ “ଜଙ୍ଗଲ” ମାଧ୍ୟମରେ ଚେଷ୍ଟା ଜାରିରଖି ପ୍ରଶଂସନୀୟ ହୋଇପାରିଛନ୍ତି । ନବମ ଭାଗରେ ଗବେଷକ ଡକ୍ଟର ବ୍ରଜକିଶୋର ପାଢ଼ୀଙ୍କ ମାଧ୍ୟମରେ ବୁଗୁଡା ଅଞ୍ଚଳର ଐତିହାସିକ ପୀଠ ମୁକୁନ୍ଦଗଡ଼ ସହ ବଳଦେବ ଜୀଉ ନାମକରଣ ଓ ବିଗ୍ରହ ସ୍ଥାପନ ବିଷୟରେ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି । ଗବେଷକ ଡକ୍ଟର ଶ୍ରୀ ପାଢ଼ୀ ଏହି ଧାରାବାହିକ ଜଙ୍ଗଲରେ ବୁଗୁଡା ବଳଦେବ ମନ୍ଦିରର ନାମ କରଣ ଓ ବିଗ୍ରହ ସ୍ଥାପନ ବିଷୟରେ ପ୍ରକାଶ କରିଛନ୍ତି । କପିଳେନ୍ଦ୍ର ଦେବ ବୁଗୁଡା ବ୍ଲକର ଭାଗବାନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲପଲ୍ଲୀ ଗ୍ରାମଠାରୁ ଅଳ୍ପଦୂରରେ ମୁକୁନ୍ଦଗଡ଼ ଜଙ୍ଗଲ ମଧ୍ୟରେ ଏକ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଥିଲେ । ମୁକୁନ୍ଦଦେବ ଜଗନ୍ନାଥଙ୍କ ମନ୍ଦିରକୁ ସମ୍ପୂର୍ଣ କରି ଏକ ଗଡ଼ ସ୍ଥାପନ କରିଥିଲେ । ଏକଦା ମୁକୁନ୍ଦଦେବ ଓ ଘୁମୁସର ରାଜ୍ୟର ଭଞ୍ଜ ରାଜବଂଶ ସହ ଯୁଦ୍ଧ ହୋଇଥିଲା। ସେହି ଯୁଦ୍ଧରେ ମୁକୁନ୍ଦଦେବ ପରାସ୍ତ ହୋଇ ଭଞ୍ଜରାଜାଙ୍କ ସହ ସନ୍ଧି କରିଥିଲେ । ଭଞ୍ଜରାଜାଙ୍କୁ ମୁକୁନ୍ଦଦେବ ବଡଭାଇର ସମ୍ମାନ ଜଣାଇ ମୁକୁନ୍ଦଗଡ଼ ଅଞ୍ଚଳ ପ୍ରଦାନ କରିଥିଲେ । ଭଞ୍ଜ ରାଜା ଅରଣ୍ୟ ମଧ୍ୟରେ ଜୀଉମାନଙ୍କ ପୂଜାରେ ଅସୁବିଧା ହେବାଯୋଗୁଁ ବୁଗୁଡ଼ାରେ ଜୀଉମାନଙ୍କ ପାଇଁ ମନ୍ଦିର ସ୍ଥାପନ କରି ମୁକୁନ୍ଦଗଡ଼ ଗଡରୁ ବିଗ୍ରହମାନଙ୍କୁ ଆଣି ବୁଗୁଡ଼ାରେ ସ୍ଥାପନ କରିଥିଲେ । ମୁକୁନ୍ଦଦେବ ଭଞ୍ଜରାଜାଙ୍କୁ ବଡଭାଇର ମାନ୍ୟତା ଦେଇଥିବା ଯୋଗୁଁ ବଡଭାଇ ବଡ଼ ଠାକୁରଙ୍କ ନାମାନୁସାରେ ବୁଗୁଡା ଜଗନ୍ନାଥଙ୍କ ମନ୍ଦିର ଶ୍ରୀ ବଳଦେବ ଜୀଉ ମନ୍ଦିର ଭାବେ ପରିଚିତ ହୋଇଥିବା ଗବେଷକ ଡକ୍ଟର ବ୍ରଜକିଶୋର ପାଢ଼ୀ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ