ଧୂମୂଛାଇ ସରପଞ୍ଚଙ୍କ ଅକାଳ ବିୟୋଗ : ବିଭିନ୍ନ ମହଲରେ ଶୋକ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଧୂମୂଛାଇ ପଂଚାୟତର ସରପଞ୍ଚ ଦାୟୀତ୍ଵରେ ଥିବା ନାଏବ ସରପଞ୍ଚ ରାଜକୁମାରୀ ଦଳବେହେରାଙ୍କର 45 ବର୍ଷ ବୟସରେ ମୃତ୍ୟୁ ଘଟିଛି I ସେ କିଛି ଦିନ ହେବ କର୍କଟ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସିତ ହୋଇଆସୁଥିଲେ I ଗତ କାଲି ରାତିରେ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିଥିବା ବେଳେ ଆଜି ସକାଳ 7 ଘଣ୍ଟା 30 ମିନିଟ୍ ସମୟରେ କୁରୁଳେଇ ସ୍ଥିତ ସେ ନିଜ ବାସଭବନରେ ପ୍ରାଣତ୍ୟାଗ କରିଛନ୍ତି I ସୂଚନା ଥାଉକି ଦେଢ଼ ବର୍ଷ ତଳେ ଏହି ପଂଚାୟତର ପୂର୍ବତନ ସରପଞ୍ଚ ମନୋଜ ପ୍ରଧାନ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ I ମନୋଜଙ୍କ ମୃତ୍ୟୁ ପରେ ନିର୍ବାଚନ ଅଧିକାରୀ ପୂନଃ ମତଦାନ ନକରି ନାଏବ ସରପଞ୍ଚ ଦାୟିତ୍ୱରେ ଥିବା ରାଜ କୁମାରୀଙ୍କୁ ସରପଞ୍ଚ ଦାୟିତ୍ୱ ପ୍ରଦାନ କରିଥିଲେ I ଆଜି ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଧୂମୂଛାଇ ସମିତି ସଭ୍ୟା ସୁଧାରାଣୀ ତ୍ରୀପାଠୀ, ବ୍ଳକ୍ ବିଜେଡ଼ି ସଭାପତି ତଥା ପ୍ରାକ୍ତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, 47 ନମ୍ବର୍ ଜୋନ୍ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ରଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି କୁରୁଳେଇ ଯାଇ ତାଙ୍କର ଶେଷ ଦର୍ଶନ କରିଥିଲେ I ରାଜକୁମାରୀଙ୍କ ଶବାଧାରକୁ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ I ଏନେଇ ବେଲଗୁଣ୍ଠା ବିଜେଡ଼ି ତରଫରୁ ସଭାପତି ପ୍ରଶାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଆୟୋଜିତ ହୋଇ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ