ଆନ୍ତଃଜିଲ୍ଲା ଫୁଟବଲ ଟେନିସ୍ ଚମ୍ପିୟାନସିପ୍ ଉଦ୍‌ଯାପିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ସିଟି ବ୍ଲକ ଏବଂ ଓଡ଼ିଶା ଫୁଟବଲ ଟେନିସ୍ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଦୁଇଦିନ ଧରି ଚାଲିଥିବା ୫ମ ନରେନ୍ଦ୍ର ଜେନା ମେମୋରିୟାଲ ଆନ୍ତଃଜିଲ୍ଲା ଫୁଟବଲ ଟେନିସ୍ ଚମ୍ପିୟାନସିପ୍ ମମତାଜଅଲ୍ଲୀ ହାଇସ୍କୁଲ୍ ଖେଳପଡ଼ିଆଠାରେ ଉଦ୍‌ଯାପିତ ହୋଇଯାଇଛି । ବାଳିକା ବିଭାଗରେ ଯାଜପୁର ଜିଲ୍ଲା ଚମ୍ପିୟାନ ଏବଂ ଭଦ୍ରକ ଜିଲ୍ଲା ରନର୍ସଅପ୍ ହୋଇଥିବା ବେଳେ ପୁରୁଷ ବିଭାଗରେ କନ୍ଧମାଳ ଜିଲ୍ଲା ଚମ୍ପିୟାନ ଓ ଯାଜପୁର ଜିଲ୍ଲା ରନର୍ସଅପ୍ ହୋଇଛି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଏବଂ ଜେ.ଡ଼ି. ବୟଜ, ଭୁବନେଶ୍ୱର ତୃତୀୟସ୍ଥାନ ଅଧିକାର କରିଥିଲେ । ବାଳିକା ବିଭାଗର ଭଦ୍ରକ ଜିଲ୍ଲାର ପୂଜାରାଣି ଦାସ ଏବଂ ପୁରୁଷର ବିଭାଗର ଭୁବନେଶ୍ୱରର ସତ୍ୟମ୍ ସିଂ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ । ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ସହ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଉଦ୍‌ଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଆଥଲେଟିକ୍ ଆସୋସିଏସନର ସଭାପତି ବିଧାୟକ ସୁରେଶ କୁମାର ରାଉତରାୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଭାବେ ବା’ର ସମ୍ପାଦକ ଡଃ ସୌର୍ଯ୍ୟରଞ୍ଜନ ପରିଜା, ରାଧାକାନ୍ତ ମହାପାତ୍ର, ଭାଗ୍ୟଧର ଜଗଦେବ, କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ଫୁଟବଲ ଟେନିସ୍‌ର ରାଜ୍ୟ ସଭାପତି ସମରେନ୍ଦ୍ର ଜେନା, ପଦ୍ମଜା ପ୍ରିୟଦର୍ଶିନୀ ଜେନା, ଗୀତାରାଣି ବେହେରା, ବିଶିଷ୍ଟ କ୍ରୀଡ଼ା ସଂଗଠକ ସହଦେବ ରାଉତ, ନଳିନୀକାନ୍ତ ମିଶ୍ର, ମହେନ୍ଦ୍ର ବଳବନ୍ତ ରାୟ, ନବକିଶୋର ବେହେରା, ତ୍ରିନାଥ ମଙ୍ଗରାଜ, ଜଲିଲ୍ ଖାନ, ଉମାକାନ୍ତ ପୃଷ୍ଟି, ମହମଦ ଜିଆଉଦ୍ଦିନ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ଆନ୍ତର୍ଜାତୀୟ ରେଫରୀ ସୁଜିତ କୁମାର ପାତ୍ର, ରଶ୍ମିତା ମହାନ୍ତି, ତାଜଉଦ୍ଦିନ ଖାନ । ଉକ୍ତ ସଭାକୁ ପରିଚାଳନା କରିଥିଲେ ସିଟି କ୍ଲବର ସମ୍ପାଦକ ପ୍ରଦୀପ କୁମାର ରାଉତରାୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ