ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ : ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଶିଶୁ ମାନଙ୍କ ଦ୍ଵାରା ନୀରବ ପ୍ରତିବାଦ

ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଶିଶୁ ମାନଙ୍କ ଦ୍ଵାରା ସଂପ୍ରତି ପୃଥିବୀର ଦୁଇ ଦେଶ ଋଷିଆ ଓ ୟୂକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ, ବିଶ୍ୱ ଆକାଶରେ ପରମାଣୁ ଯୁଦ୍ଧର ଆଶଙ୍କାକୁ ଦୃଷ୍ଟିରେ ରଖି ଆଜି ବିଦ୍ୟାଳୟ ପରିସରରେ ନୀରବ ପ୍ରତିବାଦ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ପ୍ରଧାନାଚାର୍ଯ୍ୟ ଶ୍ରୀ ରବୀନ୍ଦ୍ର ନାଥ ଦାଶ ପରମାଣୁ ଯୁଦ୍ଧର ଭୟାବହତା ଓ ସମଗ୍ର ପ୍ରାଣୀଜଗତ ପାଇଁ ବିପଦ ସୃଷ୍ଟି କରିବ ବୋଲି କହିଥିଲେ। ଉକ୍ତ ସଭାରେ ଶିଶୁ ଓ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ପରିଚାଳନା କମିଟି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ