ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଙ୍ଘ ଜିଲ୍ଲା ଶାଖା ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଙ୍ଘ ଜିଲ୍ଲା ଶାଖାର ଏକ ବୈଠକ କେନ୍ଦ୍ରାପଡା ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ପରିସରରେ ପ୍ରଶାନ୍ତ କୁମାର ମହାନ୍ତିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅବସରପ୍ରାପ୍ତ ମୁଖ୍ୟ କିରାଣୀ ନିର୍ମଳ ଚନ୍ଦ୍ର ସାହୁଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସଙ୍ଘର କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ବରିଷ୍ଠ ତଥା ଦକ୍ଷ ଯନ୍ତ୍ରୀ ଇଂ ଭିକାରୀ ଚରଣ ଜେନା ଓ ଦକ୍ଷ ସଂଗଠକ ତଥା ସଙ୍ଘର ରାଜ୍ୟ ସଭାପତି ପ୍ରଶାନ୍ତ କୁମାର ମହାନ୍ତିଙ୍କ ସମେତ କେନ୍ଦ୍ରୀୟ ନେତୃତ୍ୱମାନଙ୍କୁ ମଧ୍ୟ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଏହି ବୈଠକରେ ଜନସ୍ୱାସ୍ଥ୍ୟ ଖଣ୍ଡ ସମ୍ପାଦକ ଭାବେ ଦିଲ୍ଲିପ କୁମାର ପଟ୍ଟନାୟକ ଓ କେନ୍ଦ୍ରାପଡା ଉପଖଣ୍ଡ ସମ୍ପାଦକ ଭାବେ ଭାଗୀରଥି ମହାନ୍ତିଙ୍କୁ ଚୟନ କରାଯାଇଥିଲା । ମାର୍ଚ୍ଚମାସ ୩୦ତାରିଖରେ ରାଜଧାନୀ ଚାଲ କାର୍ଯ୍ୟକ୍ରମକୁ କେନ୍ଦ୍ରାପଡା ଜିଲ୍ଲା ଶାଖା ଓ ଜନସ୍ୱାସ୍ଥ୍ୟ ଖଣ୍ଡ କମିଟି ପକ୍ଷରୁ ସମ୍ପୂର୍ଣ୍ଣ ସଫଳ କରାଇବାକୁ ବୈଠକରେ ଉପସ୍ଥିତ ସୁଦର୍ଶନ ପ୍ରଧାନ, କରୁଣାକର ବିଶୋଇ, ପ୍ରସନ୍ନ କୁମାର ପଣ୍ଡା, ଶ୍ରୀବତ୍ସ ବେହୁରା, ସାରଙ୍ଗଧର ସାହୁ, ଅନିଲ ପ୍ରଧାନ, ପ୍ରେମାନନ୍ଦ ବାରିକ, ରାଜକିଶୋର ନାୟକ, ବିଷ୍ଣୁ ଚରଣ ନାୟକ, ଶିଶିର ଜେନା, ହାଡିବନ୍ଧୁ ନାୟକ, ସୁଧିର ପାଣିଗ୍ରାହୀ, ନିତ୍ୟାନନ୍ଦ ସାହୁ, ବସନ୍ତ ମହାନ୍ତି ଓ ସାଧାରଣ ସମ୍ପାଦକ ଅଶୋକ କୁମାର ମୁଦୁଲି ପ୍ରମୁଖ ନେତୃତ୍ୱମାନେ ଆହ୍ୱାନ ଦେଇଥିଲେ । ରାଜ୍ୟ ସଙ୍ଘ ସମୀକ୍ଷକ ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ