ପୋଲସରା ବ୍ଳକ ୨୬ ପଞ୍ଚାୟତ ସରପଞ୍ଚ ଓ ସମିତି ମେମ୍ବର

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ପୋଲସରା ବ୍ଳକ ର ସମସ୍ତ ୨୬ ଟି ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟମାନଙ୍କ ତାଲିକା ମଙ୍ଗଳବାର ଦିନ ପୋଲସରା ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ସୁରଞ୍ଜନ କୁମାର ସାହୁ ପ୍ରକାଶ କରିଥିଲେ। ଫେବୃଆରୀ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଭୋଟ ଗଣତି ଶେଷ ହେବାପରେ ମଙ୍ଗଳବାର ଦିନ ଚୁଡାନ୍ତ ତାଲିକା ପ୍ରକାଶ ପାଇଛି। ତାଲିକା ଅନୁସାରେ ବଡ ପଙ୍କଳବାଡି ଗ୍ରାମ ପଞ୍ଚାୟତ ର ସରପଞ୍ଚ ଭାବେ ଭାରତୀ ବେହେରା ନିର୍ବାଚିତ ହୋଇଥିବା ବେଳେ ସମିତି ସଭ୍ୟା ଭାବେ ଲିଲି ବେହେରା ନିର୍ବାଚିତ ହୋଇଛନ୍ତି। ସେହିପରି ଭାବରଡା ପଞ୍ଚାୟତ ସରପଞ୍ଚ ଭାବେ ପ୍ରଦ୍ୟୁମ୍ନ କୁମାର ବିଷୋୟୀ ଓ ସମିତି ସଭ୍ୟା ଭାବେ ଜ୍ୟୋତ୍ସ୍ନା ବିଷୋୟୀ , ଚିରିକିପଡା ଶାସନ ପଞ୍ଚାୟତ ସରପଞ୍ଚ ଭାବେ ଭଗବାନ ସାହୁ ଓ ସମିତି ସଭ୍ୟ ଭାବେ ରଞ୍ଜନ କୁମାର ସାହୁ , ଢୁଙ୍କାପଡା ପଞ୍ଚାୟତର ସରପଞ୍ଚ ଭାବେ ସୀମାଞ୍ଚଳ ସେଠୀ ଓ ସମିତି ସଭ୍ୟା ଭାବେ ସଂଯୁକ୍ତା ବାଡତ୍ୟା , କଣଛାଇ ସରପଞ୍ଚ ଭାବେ ଝୁନୁ ଦାସ ଓ ସମିତି ସଭ୍ୟା ଭାବେ ମାମାଜିନି ସ୍ୱାଇଁ , କେନ୍ଦୁବାଡି ସରପଞ୍ଚ ଭାବେ ରମା ସ୍ବାଇଁ ଓ ସମିତି ସଭ୍ୟ ଭାବେ ନରେନ୍ଦ୍ର ସ୍ୱାଇଁ , ମନ୍ଦାର ସରପଞ୍ଚ ଭାବେ ସୁନିତା ଜେନା ଓ ସମିତି ସଭ୍ୟା ଭାବେ ସୁଜାତା ନାୟକ , ସୋଡକ ସରପଞ୍ଚ ଭାବେ ଉତ୍କଳ ପ୍ରଧାନ ଓ ସମିତି ସଭ୍ୟା ଭାବେ ଗୀତା ସେଠୀ , ବାଲିଛାଇ ସରପଞ୍ଚ ଭାବେ ସିଲୁ ବେହେରା ଓ ସମିତି ସଭ୍ୟ ଭାବେ ବିଘ୍ନେଶ୍ୱର ବେହେରା , ବର୍ତ୍ତିନି ସରପଞ୍ଚ ଭାବେ ସଞ୍ଜୁଲତା ଡାକୁଆ ଓ ସମିତି ସଭ୍ୟା ଭାବେ ସୁଜ୍ଞାନି ରାଉତ , ବେଲଗାଁ ସରପଞ୍ଚ ଭାବେ ମନୋଜ କୁମାର ପ୍ରଧାନ ଓ ସମିତି ସଭ୍ୟା ଭାବେ କଳ୍ପନା ପ୍ରଧାନ , ଘୋଡାପଲାଣ ସରପଞ୍ଚ ଭାବେ ଧିରେନ୍ଦ୍ର କୁମାର ସେଠୀ ଓ ସମିତି ସଭ୍ୟା ଭାବେ ରୀନା ବେହେରା , ହାତୀଓଟ ସରପଞ୍ଚ ଭାବେ ରଶ୍ମିତା ସାହୁ ଓ ସମିତି ସଭ୍ୟ ଭାବେ କାହ୍ନୁ ଚରଣ ସାହୁ , କଳମ୍ବ ସରପଞ୍ଚ ଭାବେ ଗୀତାଞ୍ଜଳୀ ସାହୁ ଓ ସମିତି ସଭ୍ୟ ଭାବେ ପ୍ରସାଦ କୁମାର ସାହୁ , ଖଣ୍ଡୁରୁ ସରପଞ୍ଚ ଭାବେ ସରୀତା ପଣ୍ଡା ଓ ସମିତି ସଭ୍ୟା ଭାବେ ପ୍ରମୋଦିନି ସାହୁ , ପାଣ୍ଡିରିପଡା ସରପଞ୍ଚ ଭାବେ ରଘୁନାଥ ଭୂୟାଁ ଓ ସମିତି ସଭ୍ୟା ଭାବେ ବାଳାମଣି ନାୟକ , ବନ୍ଥପଲ୍ଲୀ ସରପଞ୍ଚ ଭାବେ ପବିତ୍ର ରାଉତ ଓ ସମିତି ସଭ୍ୟା ଭାବେ ସଙ୍ଗୀତା ନାହାକ , ବୁଢେଇସୁଣି ସରପଞ୍ଚ ଭାବେ ମନୋଜ କୁମାର ପରିଡ଼ା ଓ ସମିତି ସଭ୍ୟା ଭାବେ ସରିତା କୁମାରୀ ଦେବୀ , ଗୋଛାବାଡି ସରପଞ୍ଚ ଭାବେ କାଜଲ କୁମାରୀ ଗୌଡ ଓ ସମିତି ସଭ୍ୟା ଭାବେ ସୁକାନ୍ତି ଶବର , ଜାଗିଲି ଡେଙ୍ଗାପଦର ସରପଞ୍ଚ ଭାବେ ପୀତାମ୍ବର ବେହେରା ଓ ସମିତି ସଭ୍ୟା ଭାବେ ଝୁନୁ ବେହେରା , ଜକର ସରପଞ୍ଚ ଭାବେ ଦୀପିକା କୁମାରୀ ବାରିକ ଓ ସମିତି ସଭ୍ୟ ଭାବେ ଶିବ ଶଙ୍କର ନାହାକ , ମଧୁପଲ୍ଲୀ ସରପଞ୍ଚ ଭାବେ ବସନ୍ତ କୁମାର କରଣ ଓ ସମିତି ସଭ୍ୟ ଭାବେ କାହ୍ନୁ ଚରଣ ପରିଡା , ମାଳ ତେନ୍ତୁଳିଆ ସରପଞ୍ଚ ଭାବେ ଅସ୍ପତା ରାଉତ ଓ ସମିତି ସଭ୍ୟା ଭାବେ ସଂଯୁକ୍ତା ପ୍ରଧାନ , ମଥୁରା ସରପଞ୍ଚ ଭାବେ ସୁନିତା ବେହେରା ଓ ସମିତି ସଭ୍ୟା ଭାବେ ମିନତି ପାତ୍ର , ନିମିନା ସରପଞ୍ଚ ଭାବେ ମାମା ସାହୁ ଓ ସମିତି ସଭ୍ୟା ଭାବେ ଉଷାରାଣୀ ସାହୁ ଏବଂ ରୁମାଗଡ ସରପଞ୍ଚ ଭାବେ ଜିତୁ ବିଷୋୟୀ ଓ ସମିତି ସଭ୍ୟା ଭାବରେ ଲକ୍ଷ୍ମୀବାଇ ପଣ୍ଡା ନିର୍ବାଚିତ ହୋଇଛନ୍ତି। ବ୍ଳକର ୨୬ ଗୋଟି ପଞ୍ଚାୟତ ମଧ୍ୟରୁ ଚିରିକିପଡା ଶାସନ , ମାଳ ତେନ୍ତୁଳିଆ ଓ ରୁମାଗଡ ଗ୍ରାମ ପଞ୍ଚାୟତରେ ଉଭୟ ସରପଞ୍ଚ ଓ ସମିତି ମେମ୍ବର ଏବଂ ମନ୍ଦାର ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ବିଜେପି ସମର୍ଥିତ ପ୍ରାର୍ଥୀ ହୋଇଥିବା ବେଳେ ଅନ୍ୟ ସମସ୍ତ ଗ୍ରାମ ପଞ୍ଚାୟତର ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ ମାନେ ଶାସକ ବିଜୁ ଜନତା ଦଳ ସମର୍ଥିତ ବୋଲି ଜଣାପଡିଛି। ଏହି ବ୍ଳକ ରେ ଥିବା ଗଞ୍ଜାମ ଜିଲ୍ଲା ପରିଷଦ ର ୩ ଟି ଯୋନ୍ ୩୮ , ୩୯ ଓ ୪୦ ନମ୍ବର ଯୋନ ରେ ମଧ୍ୟ ଶାସକ ବିଜୁ ଜନତା ଦଳ ପ୍ରାର୍ଥୀ ଅଶୋକ କୁମାର ବିଷୋୟୀ ଝୁନୁ ଦାଶ ଓ ବିକ୍ରମ କୁମାର ନାୟକ ନିର୍ବାଚିତ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ