୬ନମ୍ବର ୱାର୍ଡରେ ଗୈାତ୍ତମଙ୍କୁ ନେଇ ଚର୍ଚ୍ଚା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ପୈାରାଞ୍ଚଳର ୬ନମ୍ବର ୱାର୍ଡରେ ଯୁବନେତା ଗୈାତ୍ତମ ସ୍ୱାଇଁ(ଗୁରିଆ)ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଜୁ ଜନତା ଦଳର ଯୁବନେତା ଭାବେ ଗୈାତ୍ତମ ଦୀର୍ଘଦିନ ହେବ ଦଳର ସଂଗଠନକୁ ମଜଭୁତ କରିବା ସହ ବିଭିନ୍ନ ସମୟରେ ଲୋକମାନଙ୍କୁ ସହଯୋଗ ଓ ସହାୟତା ଯୋଗାଇ ଦେଇ ଆସୁଛନ୍ତି । ଗରିବ ଓ ଅସହାୟ ଜନତାଙ୍କ ସେବାକୁ ନିଜ ଜୀବନର ପ୍ରଥମ ଲକ୍ଷ୍ୟ ବୋଲି ଧରିନେଇଥିବା ଗୈାତ୍ତମ କେଭେବି ସେବାରୁ ନିବୃତ୍ତ ହୋଇ ନାହାନ୍ତି । ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ରକ୍ତଦାନ ଶିବିରର ଆୟୋଜନ କରି ଡାକ୍ତରଖାନାରେ ରକ୍ତ ଆବଶ୍ୟକତାକୁ ପୁରଣ କରିଥାନ୍ତି । ଗୈାତ୍ତମ ଆଜି ନିଜ ସମର୍ଥକମାନଙ୍କ ସହ ଆସି ସେହି ୱାର୍ଡରୁ କାଉନସିଲର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ।


