ଜନ ଶିକ୍ଷଣ ସଂସ୍ଥାନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ଏନଏସି ସାମ୍ରାଜ୍ୟୱାରୀ ସାହି ଠାରେ ଥିବା ସାଇ ଅଙ୍ଗନ ଠାରେ ଜନ ଶିକ୍ଷଣ ସଂସ୍ଥାନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ଉପଖଣ୍ଡର ସାମାଜିକ ସୁରକ୍ଷା ଅଧିକାରୀଣୀ ପି. ପଦ୍ମା ଓ ମୁଖ୍ୟବକ୍ତା ଭାବେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଉପ ବିଭାଗ ଅଧିକାରୀ ପ୍ରଶାନ୍ତ କୁମାର ଶତପଥି ଯୋଗ ଦେଇ ଉପସ୍ଥିତ ମହିଳା ମାନଙ୍କୁ ସମାଜରେ ନିଜର ଅଧିକାର ସାବ୍ୟସ୍ଥ ଏବଂ ସ୍ୱାବଲମ୍ବୀ ଉପରେ ଗୁରୁତ୍ୱାରୋପ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ କେନ୍ଦ୍ର ର ନିର୍ଦ୍ଦେଶକ ବିଶ୍ୱକେସନ ଛଟେଇ ପରିଚାଳନା କରିଥିବା ବେଳେ ବହୁ କର୍ମଚାରୀ ଓ ମହିଳା ମାନେ ଉପସ୍ଥିତ ଥିଲେ ।


