ମାମୁଁ ଘରେ ବାର୍ଥରୁମରେ ପଡିଯାଇ ଭାଣଜୀର ମୃତ୍ୟୁ
ବାଲେଶ୍ବର(ସରୋଜ ପଣ୍ଡା): ମାମୁଁ ଘରକୁ ବୁଲିବାକୁ ଆସିଥିବା ଭାଣଜୀ ବାର୍ଥରୁମ ରେ ଗୋଡ ଖସିଯିବାରୁ ମୃତ୍ୟୁ ଘଟିବା ଭଳି ଦୁଃଖଦ ଘଟଣା ଘଟିଯାଇଛି ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଥାନା ତପସ୍ଵୀ ଅଞ୍ଚଳରେ। ଚାନ୍ଦିପୁର ଥାନା ଝଗଡପାଢି ର ଦୀପକ ସାହୁଙ୍କ ୧୩ ବର୍ଷର ଝିଅ ସାଇ ଲକ୍ଷ୍ମୀ ସାହୁ ମାମୁଁ ଘର ତପସ୍ଵୀ କୁ ବୁଲିବାକୁ ଆସିଥିଲେ।ଆଜି ସନ୍ଧ୍ୟାରେ ସାଇଲକ୍ଷ୍ମୀ ବାର୍ଥରୁମ କୁ ଶୌଚ ପାଇଁ ଯାଇ ପଡ଼ି ଯାଇଥିଲେ। ତାଙ୍କୁ ମାମୁଘର ଲୋକ ଉଦ୍ଧାର କରି ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂପର୍କରେ ଚାନ୍ଦିପୁର ଥାନାରେ ଏକ ମାମଲା ରୁଜୁ ହୋଇଛି।ଆସନ୍ତାକାଲି ରବିବାର ମୃତଦେହକୁ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ସୂଚନା ଦେଇଛି।


