ବେଆଇନ ଖଣିଜ ଚାଲାଣ ବେଳେ ଚଢ଼ାଉ
ଉଦଳା,( ରାଜୀବ କୁମାର ବେହେରା): ଉଦଳା ଅଞ୍ଚଳରେ ଦିନକୁ ଦିନ ବଢ଼ୁଥିବା ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣକୁ ପ୍ରଶାସନର ଚଢ଼ାଉ, ବିଶେଷ ସୂତ୍ରରୁ ଖବର ପାଇ ଉପଖଣ୍ଡ ପ୍ରଶାସନ ଓ ଉଦଳା ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ବେଆଇନ ଭାବେ ବାଲି ଓ ମାଟି ଚାଲାଣ କରାଯାଉଥିବା ଦୁଇଟି ଟ୍ରାକ୍ଟରକୁ ପୃଥକ ପୃଥକ ସ୍ଥାନରୁ ଜବଦ କରାଯାଇଛି। ସୂଚନା ଅନୁସାରେ ଉଦଳା ଡିଆଇ ଅଫିସ ଛକ ନିକଟରୁ ଏବଂ ବୈରାଟପୁର ଅଞ୍ଚଳରୁ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ପୋଲିସ ଜବତ କରିଥିଲା। ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକଙ୍କ ନିର୍ଦ୍ଦେଶରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ପରେ ବେଆଇନ ଖଣିଜ ଚାଲାଣରେ ଲିପ୍ତ ମାଫିଆମାନଙ୍କ ମଧ୍ୟରେ ଛନକା ପସିଛି।


