ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟକୁ ବୁଲିଦେଖିଲେ ଗଂଜାମ ଏସପି

ଛତ୍ରପୁର: ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟକୁ ଗୁରୁବାର ଅଚାନକ ଗଂଜାମ ଏସପି ବ୍ରିଜେଶ କୁମାର ରାଏ ପରିଦର୍ଶନ କରିଛନ୍ତି । ଚିକିତ୍ସାଳୟରେ ରୋଗୀ ସେବା, ନୀରାମୟ ଔଷଧ ବଣ୍ଟନ, ପରିମଳ ବ୍ୟବସ୍ଥା ସଂପର୍କରେ ତଦାରଖ କରିଛନ୍ତି । ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ପରାମର୍ଶ ଦେବାସହ ମୋ ସରକାର କାର୍ଯ୍ୟକ୍ରମ ର ସଂପର୍କରେ ଚିକିତ୍ସାଳୟର ଅଧିକ୍ଷୀକ ଡାକ୍ତର କାହ୍ନୁ ଚରଣ ପାତ୍ରଙ୍କୁ ପଚାରିବୁଝିଥିଲେ । ଚିକିତ୍ସାଳୟରେ ନ ରହିବା, ଡାକ୍ତର ଅଭାବ , ଅସମାଜିକ ବ୍ୟକ୍ତିଙ୍କ ଅନୁପ୍ରବେଶ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ଉପସ୍ଥିତ ଜନସାଧାରଣ ଏସପିଙ୍କୁ ଜଣାଇଥିଲେ । ଚିକିତ୍ସାଳୟକୁ ସୁରକ୍ଷା ଦେବା ସହ ନୀୟମତି ପରିଦର୍ଶନ କରିବା ନିମନ୍ତେ ଏସପି ଛତ୍ରପୁର ଥାନା ଅଧିକାରୀଙ୍କୁ କହିଥିଲେ । ଏହି ପରିଦର୍ଶନ ରେ ଡିଆଇବି ଡିଏସପି ଅଜୟ କୁମାର ମିଶ୍ର, ହେଡକ୍ୱାର୍ଟର ଡିଏସପି ଉତ୍କଳ କେଶରୀ ଦାଶ, ରିଜର୍ଭ ଇନିସପେକ୍ଟର ଗଙ୍ଗାଧର ଧାଙ୍ଗର, ଏ.ରାବଣା ରାଓ, ଗଂଜାମ ଜିଲ୍ଲା ହାବିଲଦାର କନଷ୍ଟେବଲ ସଂଘର ସଂପାଦକ ବ୍ରଜ ଜେନାଙ୍କ ସମେତ ବହୁ ପୁଲିସ କର୍ମଚାରୀ ଓ ଚିକିତ୍ସାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ