ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରିଣୀ କମିଟି ବୈଠକ
ଛତ୍ରପୁର: ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରିଣୀ କମିଟିର ବୈଠକ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ଚିକିତ୍ସାଳୟକୁ ଉନ୍ନତ ମାନର ଚିକିତ୍ସାଳୟ ଭାବେ ଗଢିବା ତଥା ବିକାଶ ନିମନ୍ତେ ଡାକ୍ତର ମାନଙ୍କ ଠାରୁ ଆରମ୍ଭ ସମସ୍ତ କର୍ମଚାରୀ ମାନେ ନିଜର ଦାୟିତ୍ୱକୁ ସମ୍ପୁର୍ଣ୍ଣ ଭାବେ ତୁଲାଇବାକୁ ସେ କହିଥିଲେ । ରୋଗୀଙ୍କୁ ଉତ୍ତମ ସେବା ଯୋଗାଇବା ଦିଗରେ ଡାକ୍ତରଙ୍କ ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀମାନେ ଆନ୍ତରିକତା ସହ କାର୍ଯ୍ୟକରିବାକୁ ହେବ ବୋଲି ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି କହିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଯେତେ ପରିମାଣର ଡାକ୍ତର ଏବଂ କର୍ମଚାରୀ ଅଛନ୍ତି ସେମାନଙ୍କ ଦ୍ୱାରା ଚିକିତ୍ସାଳୟରେ ରୋଗୀଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ କହଥିଲେ । ଏଥିସହ ଚିକିତ୍ସାଳୟର ପରିପାଶ୍ୱର୍ ସ୍ୱଚ୍ଛତା, ନିରାମୟ ଯୋଜନାରେ ରୋଗୀଙ୍କୁ ଔଷଧ ପ୍ରଦାନ, ଆମ୍ବୁଲାନ୍ସ ସେବା ଓ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରିଥିଲେ । ଚିକିତ୍ସାଳୟର ରହିଥିବା ମୁଖ୍ୟ ଡ୍ରେନଜ୍ ସମସ୍ୟାକୁ ତୁରନ୍ତ ସମାଧାନ କରିବା ପାଇଁ କୁହାଯାଇଛି । ପୁରୁଣା ଶବ ବ୍ୟବଚ୍ଛେଦ ଗୃହର ପୁନଃରୁଦ୍ଧାର ଉପରେ ମଧ୍ୟ ଆଲୋଚନା ହୋଇଥିଲା ତାସହିତ ଚିକିତ୍ସାଳୟରେ ଥିବା ଅଟୋ କ୍ଲିନ୍ ମେସିନ ସଜାଡିବା ପାଇଁ ସଂପୃକ୍ତ ବିଭାଗ କୁ କୁହାଯାଇଥିଲ।। ଚିକିତ୍ସାଳୟ କୁ ପ୍ରତିଦିନ ଯେଊଁ ରୋଗୀ ମାନେ ଆସୁଛନ୍ତି ତାର ରେଜିଷ୍ଟରରେ ଲେଖିବା ସହ ରୋଗୀମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ଉପରେ ଆଲୋଚନା ହୋଇଥିଲ।। ବାକି ରହିଥିବା ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ କମିଟିର ସଦସ୍ୟମାନଙ୍କ ମତାମତ ନେଇ କାର୍ଯ୍ୟ ଗୁଡିକୁ ସମ୍ପାଦାନ କରାଯିବ । ହସ୍ପିଟାଲର ମ୍ୟାନଜର ସନ୍ତୋଷ କୁମାର ପଣ୍ଡା ଗତ ବୈଠକର ବିବରଣୀ ପାଠ କରିବା ସହ ଏହି ବୈଠକର ଏଜେଣ୍ଡା ଉପସ୍ଥାପନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚିକିତ୍ସାଳୟର ଅଧିକ୍ଷୀକ ଡାକ୍ତର କାହ୍ନୁ ଚରଣ ପାତ୍ର, ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ରୋଗୀ କଲ୍ୟାଣ ସମିତିର ସଦସ୍ୟ ବସନ୍ତ କୁମାର ମହାରଣା. ବିଜୟକୃଷ୍ଣ ପଟ୍ଟନାୟକ, କୃପାସିନ୍ଧୁ ପଣ୍ଡା, ସୂବର୍ଣ୍ଣମାଳା ବିଷୋୟୀ, ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ମଳୟ କୁମାର ନାୟକ , ସାଉଥକୋ ସହକାରୀ ଯନ୍ତ୍ରୀ ଇଂ. ରାଜକିଶୋର ବଲ୍ଲଭ, ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ପି.ଲୋକେଶ୍ୱର ରାଓପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବରିଷ୍ଠ ଡାକ୍ତର ଜିତେନ୍ଦ୍ର ମୋହନ ବେବର୍ତା ଧନ୍ୟବାଦ ଅର୍ପଣ କରିଥିଲେ ।