ପୋଲସରା : ଜଣେ କାଉନସିଲର ପ୍ରାର୍ଥୀନୀଙ୍କ ନାମାଙ୍କନ ପତ୍ର ନାକଚ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ର ପ୍ରାର୍ଥୀ ପତ୍ର ଯାଞ୍ଚ ସମୟରେ ଜଣେ କାଉନସିଲର ପ୍ରାର୍ଥୀନୀ ଙ୍କ ମନୋନୟନ ପତ୍ର ନାକଚ ହୋଇଥିବା ଜଣାପଡିଛି । ନିର୍ବାଚନ ଅଧିକାରୀ ତଥା ପୋଲସରା ତହସିଲଦାର ଦିଲ୍ଲୀପ କୁମାର ନାୟକଙ୍କ ସୂଚନା ପ୍ରକାରେ ୧୦ ନମ୍ବର ୱାର୍ଡ ଅନୁସୂଚିତ ଜନଜାତି ବର୍ଗର ମହିଳାଙ୍କପାଇଁ ସଂରକ୍ଷିତ ରହିଥିଲେ ମଧ୍ୟ ଛବିତା ପାତ୍ର ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ନିଜର ଜାତିଗତ ପ୍ରମାଣ ପତ୍ର ଦାଖଲ କରିବା ରେ ବିଫଳ ହୋଇଥିବା ଯୋଗୁଁ ତାଙ୍କର ନାମାଙ୍କନ ପତ୍ର ନାକଚ ହୋଇଯାଇଛି । ଜଣେ ପ୍ରାର୍ଥୀନୀଙ୍କ ବ୍ୟତୀତ ଅନ୍ୟ ସମସ୍ତ ପ୍ରାର୍ଥୀପତ୍ର କାଏମ ରହିଛି। ଯାଞ୍ଚ ପରେ ତିନି ଜଣ ଅଧ୍ୟକ୍ଷା ଓ ୧୯ ଟି ୱାର୍ଡ ରେ ପଡିଥିବା ୫୫ ଜଣ କାଉନସିଲର ପ୍ରାର୍ଥୀପତ୍ର କାଏମ ରହିଥିବା ନିର୍ବାଚନ ଅଧିକାରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ