୫ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ନିରାକର ବିରୋଧୀଙ୍କ ନିଦ ହଜାଇଲେ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ପୈାରାଞ୍ଚଳର ୫ନମ୍ବର ୱାର୍ଡର ବିଜେଡି ପ୍ରାର୍ଥୀ ନିରାକାର ସ୍ୱାଇଁ ନିଜର ନିର୍ବାଚନ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଥିବା ଦେଖାଯାଇଛି । ନିରାକାରଙ୍କ ଜୋରଦାର ପ୍ରଚାର ବିରୋଧୀଙ୍କ ନିଦ ହଜାଇ ଦେଇଥିବା ଦେଖାଯାଇଛି । ସେ ନିଜର ସଂଗଠନକୁ ମଜଭୁତ କରିବା ସହ ଲୋକମାନଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି । ଦିନକୁ ଦିନ ନିରାକାରଙ୍କ ପ୍ରତି ଜନ ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ସେ ଜଣେ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ ଭାବରେ ଲୋକଙ୍କ ପାଖରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚିତ ରହିଛି । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିରାକର ଲୋକମାନଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢାଇଥାନ୍ତି । ତେଣୁ ତାଙ୍କ ପ୍ରତି ୱାର୍ଡବାସୀଙ୍କ ସହାନୁଭୂତି ରହିଥିବା ଦେଖାଦେଇଛି ।


