ପୁଣି ଥରେ ଚର୍ଚ୍ଚାରେ ରାନୀ : କହିଲେ- ଦାନ କରିବି ମୋର ଅଙ୍ଗପ୍ରତ୍ୟଙ୍ଗ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ପୁଣି ଥରେ ଚର୍ଚ୍ଚାରେ ବିବାଦୀୟ କ୍ୱିନ୍‌ ରାନୀ ପଣ୍ଡା। ଏଥର ସେ କୌଣସି ବିବାଦ ପାଇଁ ନୁହେଁ, ବରଂ ମହତ କାମ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ମରିବା ପୂର୍ବରୁ ସେ ନିଜର ଶରୀରର ଅଙ୍ଗପ୍ରତ୍ୟଙ୍ଗ ଦାନ କରିଦେବେ ବୋଲି କହିଛନ୍ତି। ଓଡ଼ିଶା ରିପୋର୍ଟରକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତ କାରରେ ରାନୀ ଆଜି ଏପରି କହିଛନ୍ତି।ଆଉ ବର୍ତ୍ତମାନ, ଭବିଷ୍ୟତ ଓ ଲଭ୍‌ ଲାଇନ୍‌ ବିଷୟରେ ସେ ମନଖୋଲି ବଖାଣିଛନ୍ତି । ରାନୀ କହିଛନ୍ତି, ଜୀବନ କାଳ ଭିତରେ ନିଜକୁ ବନ୍ଧା ପକାଇ ବହୁ ଲୋକଙ୍କୁ ସହାଯ୍ୟ କରିଛି। ତା’ ବଦଳରେ ବହୁ ନିନ୍ଦା ଅପବାଦ ପାଇଛି। ବର୍ତ୍ତମାନ ଚାହୁଁଛି, ଲୋକଙ୍କ ହୃଦୟରେ ଘରଟିଏ କରିବି ବୋଲି ରାନୀ କହିଛନ୍ତି । ବିନ୍ଦାସ୍‌ ଲାଇଫ୍‌ ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚାରେ ଥିବା ରାନୀ ଆହୁରି କହିଛନ୍ତି, ଜୀବନରେ କେବେ ବାହା ହେବିନି। ମୋତେ ଆଉ ଲାଇଫ୍‌ ପାର୍ଟର ଦରକାର ନାହିଁ। ରାନୀ ପଣ୍ଡାର ଲାଇଫ୍‌ ପାର୍ଟର ହେବା ପାଇଁ ଏ ସଂସାରରେ କେହି ଜନ୍ମ ହୋଇନାହାନ୍ତି। ଖାଲି ପଇସା ପକାଇ ଯଦି କେହି ରାନୀ ପଣ୍ଡାକୁ ଲାଇଫ୍‌ ପାର୍ଟନ କରିବାକୁ ଚାହୁଁଥାଏ, ତାହାହେଲେ ରାନୀ ସେଭଳିଆ ମଣିଷ ନୁହେଁ। ପଇସା ଲୋଭରେ ରାନୀ ପଣ୍ଡା କାହା ଲାଇଫ୍‌ ପାର୍ଟର ହେବନାହିଁ। ରାନୀ ପଣ୍ଡାଙ୍କୁ ହୃଦୟଟିଏ ଦରକାର ଥିଲା। ହେଲେ ରାନୀ ପଣ୍ଡା ଯେଉଁହୃଦୟ ଚାହୁଁଥିଲା, ତାହା ତାକୁ ମିଳିନାହିଁ ବୋଲି ସେ କହିଛନ୍ତି । ଭବିଷ୍ୟତ ନେଇ ରାନୀ କହିଛନ୍ତି, ଫ୍ୟୁଚର ପ୍ଲାନିଂ କଣ ମୁଁ ଜାଣି ନାହିଁ? ଆସନ୍ତା କାଲିକୁ ମୁଁ ଦେଖିନାହିଁ କି ଜାଣିନାହିଁ। ବର୍ତ୍ତମାନକୁ ନେଇ ବଞ୍ଚିଛି। ଗଣ୍ଡିଏ ଖାଇବି ଓ ଖଣ୍ଡିଏ ପିନ୍ଧିବି। ବହେ ବାକିବୁକା କରିଛି, ତାକୁ ସୁଝିବି। ଏହାଛଡ଼ା ମୋର ଆଉ କିଛି ଚିନ୍ତା ନାହିଁ ବୋଲି ରାନୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ