ଅଙ୍ଗନବାଡି କର୍ମୀ ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କାଜଲ

ଛତ୍ରପୁର, (ଦେବଦତ୍ତ ମହାରଣା) :ବ୍ରହ୍ମପୁର ସହରାଂଚଳ-୧ ପାନକେଲାପଲ୍ଲୀ ଠାରେ ଥିବା ଅଙ୍ଗନବାଡି (ୱାର୍ଡ ନଂ – ୩୭) କେନ୍ଦ୍ର ରେ ଅଙ୍ଗନବାଡି କର୍ମୀ ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ବୁଧବାର ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବ୍ରହ୍ମପୁର ପାନକେଲାପଲ୍ଲୀ ଅଂଚଳର କାଜଲ ସ୍ୱାଇଁ । ଗତ ୦୧.୦୬.୨୦୨୧ ରେ ବ୍ରହ୍ମପୁର ସହରାଂଚଳର ପାନକେଲାପଲ୍ଲୀ ଠାରେ ଥିବା ଅଙ୍ଗନବାଡି (ୱାର୍ଡ ନଂ – ୩୭) କେନ୍ଦ୍ର ରେ ଅଙ୍ଗନବାଡି କେନ୍ଦ୍ର ନିଯୁକ୍ତି ପାଇଁ କାଜଲ ଆବେଦନ କରିଥିଲେ । ତାଙ୍କୁ ଏହି ନିଯୁକ୍ତି ନ ପ୍ରଦାନ କରାଯାଇ ଆସିକା ଅଂଚଳରେ ବିବାହ କରିଥିବା ଜଣେ ମହିଳାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଯାହାକି, ସରକାରଙ୍କ ବିଜ୍ଞପ୍ତି ଅନୁସାରେ ଆଇନ ସମତଃ ନୁହେଁ ବୋଲି ସେମାନେ ଏହି ଅଭିଯୋଗ ପତ୍ର ରେ ଦର୍ଶାଇଛନ୍ତି । ଏନେଇ କାଜଲ ପୂର୍ବରୁ ବହୁ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନଥିଲା । ଏଣୁ ଏହାର ଉପଯୁକ୍ତ ତଦନ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ