ନବନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ବ୍ଲକ ଅଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧନା
ପାରାଲାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ଠାରେ ଥିବା ବଂଶଧାରା ପାଠାଗାର ଓ ସେବା ଅନୁଷ୍ଠାନ ତରଫରୁ ନବ ନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ ଓ ବ୍ଲକ ଅଧ୍ୟକ୍ଷା ବାଲାସାୟାମ୍ମାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା | ପାଠାଗାରର ସଭାପତି ହୃଷୀକେଶ ଗୌଡ ଓ ସେବା ଅନୁଷଠାନର ସଭାପତି କଟିକି ରାମାରାଓଙ୍କ ସହ ବିଜେଡିର ମହିଳା ରାଜଯ ସବୟା ପଦ୍ମିନୀ ସାହୁ ଓ କାଶୀନଗର ପ୍ରେସ କ୍ଲବ୍ର ସମସ୍ତ ସଭଯଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧନା ଦିଆଯାଇଥିଲା | କାର୍ଯ୍ୟକ୍ରମ ଶେଷରେକଟିକି ରାମାରାଓ ଧନ୍ୟବାଦ ପ୍ରଦାନ କରିଥିଲେ |


