୧୦ ନମ୍ବର ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ତୁଳସୀଙ୍କ ପ୍ରଚାର ଯୋରଦାର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ପୈାରାଞ୍ଚଳର ୧୦ନମ୍ବର ୱାର୍ଡରେ କଂଗ୍ରେସ ଦଳରୁ କାଉନସିଲର ପ୍ରାର୍ଥି ହୋଇଥିବା ତୁଳସୀ ମହାରଣା ତାଙ୍କ ନିର୍ବାଚନ ପ୍ରଚାରକୁ ଯୋରଦାର କରିଥିବା ଦେଖାଯାଇଛି । ସେହି ୱାର୍ଡର ଘରକୁ ଘର ବୁଲି ଶ୍ରୀମତୀ ମହାରଣା ତାଙ୍କ ନିର୍ବାଚନୀ ପ୍ରଚାର କରିବା ସହ ଭୋଟରମାନଙ୍କୁ ଭୋଟ ଭିକ୍ଷା କରୁଛନ୍ତି । ଜଣେ ଆଇନଜୀବୀ ଭାବରେ ଶ୍ରୀମତୀ ମହାରଣାଙ୍କ ବହୁ କ୍ଷେତ୍ରରେ ଅଭିଜ୍ଞତା ରହିଛି । ସେ ସମାଜସେବା ମୂଳକ କାର୍ଯ୍ୟକୁ ଅଗ୍ରାଧିକାର ଦେଇ ଆସିଛନ୍ତି । ତାଙ୍କ ସ୍ୱାମୀ ଅମରବର ବିଶ୍ୱାଳ ଜଣେ ସାମ୍ବାଦିକ ଏବଂ ସମାଜସେବୀ ଅଟନ୍ତି । ବିଭିନ୍ନ ସମୟରେ ଗରିବ ତଥା ଅସହାୟମାନଙ୍କୁ ସହଯୋଗର ହାତ ବଢାଇଥାନ୍ତି ଶ୍ରୀ ବିଶ୍ୱାଳ । ଏହି ୱାର୍ଡରେ ରାସ୍ତା ନିର୍ମାଣ, ଭୂମିହୀନଙ୍କୁ ଜମି ଯୋଗାଣ, ଡ୍ରେନ ସମସ୍ୟା ଓ ଗୋବରୀ କେନାଲକୁ ସଫେଇ କରାଯିବା ଭଳି ବହୁ ସମସ୍ୟା ରହିଛି । କାଉନସିଲର ଭାବେ ବିଜୟୀ ହେଲେ ଏହିସବୁ ସମସ୍ୟାର ସମାଧାନକୁ ସେ ପ୍ରାଥମିକତା ଦେବେ ବୋଲି କହିଛନ୍ତି ଶ୍ରୀମତୀ ମହାରଣା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ