ପୋଖରୀ ସଫା କରି ଉଦାହରଣ ସାଜିଲେ ଯୁବ ସରପଞ୍ଚ 

ଶେରଗଡ଼, (ବିଭୁ ପ୍ରସାଦ ଦାସ) :ଗାଁ ପରିବର୍ତ୍ତନ ହେଲେ ଦେଶ ପରିବର୍ତ୍ତନ ହେବ।ଦେଶର ଆତ୍ମା ଗାଁରେ ଅଛି ବୋଲି ଗାନ୍ଧୀଜୀ କହିଥିଲେ । ସେଥିପାଇଁ ନିର୍ବାଚନ ଆସିଲେ ରାଜନେତା ପୁଳାପୁଳା ମିଛ ପ୍ରତିଶ୍ରୁତି ଦିଅନ୍ତି।ଆଉ ନିର୍ବାଚନ ସରିଲେ ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଇଥାନ୍ତି ।  କିନ୍ତୁ ଲୋକକଥାକୁ ଭୁଲ ପ୍ରମାଣିତ କରି ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ଗ୍ରାମପଞ୍ଚାୟତର ଯୁବ ସରପଞ୍ଚ କୃଷ୍ଣଚନ୍ଦ୍ର ସୁଆଁସିଆ ସମାଜ ପାଇଁ ଉଦାହରଣ ସାଜିବା ଦେଖିବାକୁ ମିଳିଛି । ପୂର୍ବରୁ ସ୍ୱଚ୍ଛତା ପ୍ରତି ଯଥେଷ୍ଟ ଧ୍ଯାନ ଦେଇ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା କୃଷ୍ଣଚନ୍ଦ୍ର ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିବା ସତ୍ତ୍ବେ ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ବଜାୟ ରଖି ସମାଜ ପ୍ରତି ଥିବା ଉତ୍ତର ଦାୟୀତ୍ବକୁ ସଠିକ୍ ପ୍ରତିପାଦନ କରିଛନ୍ତି । ଏଭଳି ପଦକ୍ଷେପକୁ ପଞ୍ଚାୟତ ଓ ଆଖପାଖରେ ବେଶ୍ ପ୍ରଶଂସା କରିବା ସହ ଆଗାମୀ ଦିନରେ ଉତ୍ତମ ନେତୃତ୍ବ ପ୍ରତିଫଳନ ହେବା ପୂର୍ବାଭାସ ମିଳିଥିବା ସାଧାରଣ ରେ ଆଲୋଚନା ହେବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ