ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ
ଗଂଜାମ, (ଯୁଗାବ୍ଦ ନ୍ୟୁଜ) :ପୋଲସରା ଏନ.ଏ.ସି କୋଣାର୍କ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପୋଲସରା ଏନ.ଏ.ସି ର ବିଜେପି ର ଘୁମୁସର ଜିଲ୍ଲାର କାର୍ଯ୍ୟକାରିଣୀ ସଦ୍ୟସ ନୀଳମାଧବ ସାହୁ ଓ ବିଜେପିର ପୂର୍ବତନ କାଉନସିଲର ଶଙ୍କର ବେହେରା ଙ୍କ ନେତୃତ୍ୱରେ ୫୦ ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ବିଜେପି ଦଳ ତ୍ୟାଗ କରି ବିଜୁ ଜନତା ଦଳରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି ।