ଅଦିନିଆ ବର୍ଷା : ସାଧାରଣରେ ଆଶ୍ୱସ୍ଥି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ଯୋଗୁଁ ସାଧାରଣରେ ଆଶ୍ୱସ୍ଥି ପ୍ରକାଶ ପାଇଥିବା ବେଳେ ରାସ୍ତାଘାଟ ବେହାଲ ହୋଇପଡିଥିବାର ଦେଖିବାକୁ ମିଳିଛି । ସୋମବାର ସନ୍ଧ୍ୟା ୫ଘଣ୍ଟା ଠାରୁ ୭ଘଣ୍ଟା ପର୍ଯ୍ୟନ୍ତ ହଠାତ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା । ପାରଳାଖେମୁଣ୍ଡି ସହରାଞ୍ଚଳ ସମେତ ଜିଲ୍ଲାର କାଶୀନଗର ବ୍ଲକାଞ୍ଚଳରେ ପ୍ରବଳ ବର୍ଷିଥିଲା । ଫଳରେ ଗ୍ରୀଷ୍ମର ଉତ୍ତାପରୁ ଲୋକେ ସାମାନ୍ୟ ଆଶ୍ୱସ୍ଥି ଲାଭ କରିଥିଲେ ହେଁ ରାସ୍ତାଘାଟରେ ପାଣି ଜମି ଯାତାୟତରେ ସମସ୍ୟା ଉପୁଜିଥିଲା । ସହରର ବିଭିନ୍ନ ନାଳ ନର୍ଦ୍ଦମା ଗୁଡିକରେ ପ୍ରବଳ ପାଣି ଆସି ରାସ୍ତା ଉପରେ ପ୍ରବାହିତ ହୋଇ ଜମି ରହିଥିଲା । ଏହି କର୍ଦ୍ଦମାକ୍ତ ପାଣିରେ ଯାତାୟତ କରିବାରେ ସମସ୍ୟା ଉପୁଜିଥିଲା । ଏପରି ସମସ୍ୟା ସାଙ୍ଗକୁ ବିଦ୍ୟୁତ କାଟ ସମସ୍ୟାକୁ ଆହୁରି ଦ୍ୱିଗୁଣିତ କରିଦେଇଛି । ରାତ୍ର ପ୍ରାୟ ୧୧ ଘଣ୍ଟା ସମୟରେ ବିଦ୍ୟୁତ ସରାବହ ହୋଇଥିଲା । ଅନ୍ୟପକ୍ଷରେ ସହରର ବିଭିନ୍ନ ସ୍ଥାନରେ ଯୋଜନାହୀନ ନାଳ ନର୍ଦ୍ଦମା ନିର୍ମାଣ ଯୋଗୁଁ ଅସରାଏ ବର୍ଷାରେ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ସାଧାରଣରେ ଆଲୋଚନା ହେଉଛି । ସେହିଭଳି ସାମାନ୍ୟ ବର୍ଷା ପବନରେ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ ଯୋଗୁଁ ଜନ ଅସନ୍ତୋଷ ମଧ୍ୟ ବୃଦ୍ଧିପାଉଥିବାର ମଧ୍ୟ ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ