ବରିଷ୍ଠ ନାଗରିକଙ୍କୁ ତୀର୍ଥ ବୁଲାଇଲା ଯୁବକ ସଂଘ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ତାଳପଦା ଯୁବକ ସଂଘ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କୁ ତୀର୍ଥ ବୁଲାଇବା କାର୍ଯ୍ୟ କରିଛି । ବାଲିଗଢିଆ, କୁମ୍ଭାରିଆ, ତାଳପଦା, ଡାଳିମ୍ବଗଢିଆ, ସାଏବ ପୋଖରୀ ଆଦି ବିଭିନ୍ନ ଗ୍ରାମର ୫୫ ଜଣ ବରିଷ୍ଠ ନାଗରିକଙ୍କୁ ଏକ ବସ ଯୋଗେ କେନ୍ଦୁଝର ଜିଲାର ଘଟଗାଁ, ଗୁଣ୍ଡିଚାଘାଇ ଓ ବାରାଟିପିରା ଆଦି ସ୍ଥାନ ବୁଲାଇ ନିଆଯାଇଥିଲା । ଏସମସ୍ତ ବାବଦରେ ଖର୍ଚ୍ଚକୁ ଯୁବକ ସଂଘ ପକ୍ଷରୁ ସଂପୂର୍ଣ୍ଣ ବହନ କରାଯାଇଥିଲା । ଯୁବକ ସଂଘର ସଦସ୍ୟ ହିମାଂଶୁ ଶେଖର ଧଳଙ୍କ ତତ୍ତ୍ୱାବଧାନରେ ଭଗବାନ ଜେନା, ଦିପୁରଞ୍ଜନ ବାରିକ, ନାରାୟଣ ଜେନା, ଦେବାଶିଷ ପାତ୍ର, ଦୀପକ ପାତ୍ର, ସିପୁନ ନାୟକ, ବିଜୟ ନାୟକ, ପ୍ରଶାନ୍ତ ନାୟକ, ସିଲୁ ମହାକୁଡ ଏହି ମହତ କାର୍ଯ୍ୟରେ ସହଯୋଗ କରିଥିଲେ । ଯୁବକ ସଂଘର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି ।


