ପାରଳା ବାର ଏସୋସିଏସନ୍ ନିର୍ବାଚନ : ୨୫ଥର ସଭାପତି ଭାବେ ନିର୍ବାଚିତ ହେଲେ ରାମନାଥ ମିଶ୍ର 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବାର ଏସୋସିଏସନ୍ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରାୟ ୨୦ଦିନ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । ଏହି ନିର୍ବାଚନ ପାଇଁ ସଭାପତି ପଦବୀ ନିମନ୍ତେ ୨ଜଣ ଯଥା ବରିଷ୍ଠ ଓକିଲ ରାମନାଥ ମିଶ୍ର ଓ ସିଦ୍ଧେଶ୍ୱର ମିଶ୍ରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିବା ବେଳେ ସମ୍ପାଦକ ପଦବୀ ପାଇଁ କୃଷ୍ଣମୋହନ ପଟ୍ଟନାୟକ ଓ ଏମ୍‌.ପୃଥ୍ୱୀରାଜ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା । ଏଥିରେ ସଭାପତି ଭାବେ ବରିଷ୍ଠ ଆଇନଜୀବୀ ରାମନାଥ ମିଶ୍ର ୨୫ଥର ପାଇଁ ନିର୍ବାଚିତ ହୋଇଛନ୍ତି । ସେହିଭଳି ସମ୍ପାଦକ ଭାବେ କୃଷ୍ଣମୋହ ପଟ୍ଟନାୟକ ନିର୍ବାଚିତ ହୋଇଥିବାର ଜଣାପଡିଛି । ତେବେ ଅନ୍ୟ ସବୁ ପଦପଦବୀ ଗୁଡିକ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବାର ଜଣାପଡିଛି । ସେମାନେ ହେଲେ ଉପସଭାପତି ଶିଶିର କୁମାର ଜେନା, ଯୁଗ୍ନ ସମ୍ପାଦକ ନୀଳ ମାଧବ ଅଧିକାରୀ, କୋଷାଧ୍ୟକ୍ଷ ଶଶାଙ୍କ ଶେଖର ସବତ, ଲାଇବ୍ରେରୀ ସମ୍ପାଦକ ୱାଇ. ଶିବ କୁମାର, କାର୍ଯ୍ୟକାରୀ ସଦସ୍ୟ ପି.ବିଶ୍ୱନାଧମ୍‌, ଜିତେନ୍ଦ୍ର କୁମାର ପଟ୍ଟନାୟକ, ରାଜେନ୍ଦ୍ର କୁମାର ପଣ୍ଡା, ଗାଗାରିନ ଶବର ଓ ଇତିଶ୍ରୀ ମହାପାତ୍ର ନଦ୍ୱିନ୍ଦରେ ନିର୍ବାଚିତ ହୋଇଥିବାର ଜଣାପଡିଛି । ନବ ନିର୍ବାଚିତ ସଭାପତି ଶ୍ରୀ ମିଶ୍ର ଏବଂ ସମ୍ପାଦକ ଶ୍ରୀପଟ୍ଟନାୟକଙ୍କୁ ବାର ଏସୋସିଏସନ ସମେତ ଜିଲ୍ଲା କୋର୍ଟ ଏବଂ ବିଭିନ୍ନ ମହଲରୁ ଶୁବେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସୂଚନା ଯୋଗ୍ୟ ଯେ, ବରିଷ୍ଠ ଆଇନଜୀବୀ ରାମନାଥ ମିଶ୍ର ଚଳିତ ଥର ନିର୍ବାଚନ ଜିତି ୨୫ଥର ପାଇଁ ଜିତି ସଭାପତି ପଦବୀରେ ଅଳଙ୍କୃତ ହୋଇଛନ୍ତି । ତାଙ୍କର ଏହି ଲମ୍ବା ଇଂନିସ ସମୟରେ ସେ ବାର ଏସୋସିଏସନ ତଥା ଓକିଲ ସମୂହପାଇଁ ବହୁ କାର୍ଯ୍ୟ କରିଥିବା ଯୋଗୁଁ ୨୫ଥର ନିର୍ବାଚିତ ହୋଇପାରିଛନ୍ତି ବୋଲି ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ