ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ କାୟାକଳ୍ପ ପୁରସ୍କାର

ବୁଗୁଡ଼ା, (ଅନିଲ କୁମାର ମହାରଣା) :ଗଞ୍ଜାମ ଜିଲ୍ଲାରେ ବୁଗୁଡା ବ୍ଲକ ଅନ୍ତର୍ଗତ କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ୨୦୨୧-୨୨ କାୟାକଳ୍ପ ପୁରସ୍କାର ପାଇବା ସହ ଗଞ୍ଜାମ ଜିଲ୍ଲାର ଶ୍ରେଷ୍ଠ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଭାବେ ବିଜୟୀ ହେବାର ଗୌରବ ଅର୍ଜନ କରିପାରିଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ ଓଡିଶା ଡ଼ାଇରେକ୍ଟର ଙ୍କ ପତ୍ର ସଂଖ୍ୟା ୩୬୫୪, ତାରିଖ ୨୯/୦୩/୨୨ ପ୍ରକାରେ ସମଗ୍ର ଓଡ଼ିଶାର ସମସ୍ତ ଜିଲ୍ଲାର ବିଭିନ୍ନ ମେଡ଼ିକାଲକୁ ବିଭିନ୍ନ ପୁରସ୍କାର ପ୍ରଦାନ ପାଇଁ ନାମ ପ୍ରକାଶ ପାଇଛି। ମାଣିତରା ସେଥିମଧ୍ୟରୁ ସମ୍ମାନ ଜନକ କାୟାକଳ୍ପ ପୁରସ୍କାର ପାଇ ପ୍ରଥମ ସ୍ଥାନ ରଖି ବିଜୟ ହୋଇପାରିଛି। ଗଞ୍ଜାମ ଜିଲ୍ଲାରେ ଯୁଗ୍ମ ଭାବେ ମାଣିତରା ଓ ଗୌଡ଼ଗୋଠ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଦ୍ୱୟ ପ୍ରଥମ ସ୍ଥାନ ଅଧିକାର କରି ବିଜୟ ହେବାର ଗୌରବ ହାସଲ କରିଛନ୍ତି। ସ୍ୱାସ୍ଥ୍ୟ ସେବା, ପରିବେଶ, ଜନସଚେତନତା ପ୍ରଭୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ଜନକ ପୁରସ୍କାର ମିଳିଥାଏ। ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଗଞ୍ଜାମ ଜିଲ୍ଲାରେ ପ୍ରଥମ ହୋଇ ବିଜୟ ଲାଭ କରି ରାଜ୍ୟରେ ସୁନାମ ଅର୍ଜନ କରିଥିବା ଯୋଗୁଁ କରୁଣା ଟ୍ରଷ୍ଟ ମୁଖ୍ୟ ମାଣିତରାର ଡାକ୍ତର ଓ କର୍ମଚାରୀ ବୃନ୍ଦ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମାଣିତରା ଗ୍ରାମବାସୀ ବୃନ୍ଦ ମଧ୍ୟ ଏହି ଗୌରବ ପାଇଁ ମେଡ଼ିକାଲର ଡାକ୍ତର ଓ କର୍ମଚାରୀ ମାନଙ୍କୁ ସାଧୁବାଦ ଜଣାଇଛନ୍ତି। ପ୍ରକାଶ ଥାଉକି ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଧାରାବାହିକ ତିନି ବର୍ଷ ହେଲା କାୟାକଳ୍ପ ପୁରସ୍କାର ପାଉଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ବିଜୟୀ ହୋଇପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ