ଗାଙ୍ଗପୁର କ୍ଲଷ୍ଟର୍ ରେ ସହଯୋଗ ତାଲିମ୍ ଶିବିର

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର କ୍ଲଷ୍ଟର୍ ଅଧୀନରେ ଥିବା ସମସ୍ତ 10 ଟି ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ସଭ୍ୟା ମାନଙ୍କ ପାଇଁ ସହଯୋଗ ତାଲିମ୍ ଶିବିର ଆରମ୍ଭ ହୋଇଯାଇଛି I କ୍ଲଷ୍ଟର୍ ର ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ନନ୍ଦ,କୁମୁଣ୍ଡି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ଵାଇଁ, ଧାନପୁଞ୍ଜାରେ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ସାବତ, ବଡ଼ସାଦରାରେ ବିଷ୍ଣୁ ପ୍ରସାଦ ବେହେରା, ସାନ ସାଦରାରେ ଶାନ୍ତିଲତା ବେହେରା, ଗୋପ ନଗରରେ ଶୀତଳ ପ୍ରସାଦ ଜେନା,ବିଞ୍ଝଗିରୀରେ ଶିବରାମ୍ ବେହେରା,ଇନ୍ଧନପୁରରେ ସୁଚିତ୍ରା ଗୌଡ଼,ଖଇରପୁଟିରେ ନିରଞ୍ଜନ ବେହେରା ଏବଂ ବୋରିରେ ଭାସ୍କର ବିଷୋୟୀ ତାଲିମ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କାର୍ତ୍ତିକେୟ ସେଠୀ ସମସ୍ତ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମର ତଦାରଖ କରିଥିଲେ I ସେହିପରି ବେଲଗୁଣ୍ଠା ସ୍ଥିତ ବାଲିଡ଼ି ସ୍କୁଲ୍ ରେ ଏହି ସହଯୋଗ ତାଲିମ୍ ଶିବିରକୁ ଅଧ୍ୟକ୍ଷ ରଂଜିତ୍ କୁମାର ସାମଲ୍ ଉଦ୍‌ଘାଟନ କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ କବିତା କୁମାରୀ ଦେବୀ ଏବଂ ବରିଷ୍ଠ ଶିକ୍ଷୟିତ୍ରୀ ସବିତା ପ୍ରଭା ପାଠୀ କାର୍ଯ୍ୟକ୍ରମକୁ ପରିଚାଳିତ କରିଥିଲେ I ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟି ସଭ୍ୟ ସଭ୍ୟାଙ୍କୁ ସେମାନଙ୍କର ଭୂମିକା, ନାସ୍, ବିଦ୍ୟାଳୟର ଅନୁଦାନ ବିନିଯୋଗ, ସ୍ଵଚ୍ଛ ବିଦ୍ୟାଳୟ, ବିଦ୍ୟାଳୟ ନିରାପତ୍ତା, ଶିକ୍ଷା ଅଧିକାର ଆଇନ୍, ବିଦ୍ୟାଳୟ ବିକାଶ ଯୋଜନା, ସାମାଜିକ ସମୀକ୍ଷା, ମୋ ସ୍କୁଲ୍ ଅଭିଯାନ ପ୍ରଭୃତି ସମ୍ପର୍କରେ ତାଲିମ୍ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି I ଏହି କାର୍ଯ୍ୟକ୍ରମ ତିନି ଦିନ ଧରି ଅନୁଷ୍ଠିତ ହେବ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ