ପୃଥ୍ୱୀରାଜଙ୍କ ସଂଯୁକ୍ତା ହେବେ ମାନୁଷୀ !

୨୦୧୭ରେ ବିଶ୍ୱସୁନ୍ଦରୀର ଟାଇଟଲ୍ ଜିତିଥିବା ମାନୁଷୀ ଛିଲ୍ଲର୍ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି । ବିଶ୍ୱ ସୁନ୍ଦରୀ ହେବା ପରେ ସେ ବଲିଉଡରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଥିଲା ।
ସମସ୍ତ ଚର୍ଚ୍ଚା ଏବେ ଶେଷ ହୋଇଛି । ଯଶରାଜ ପ୍ରଡକ୍ସନ୍ ବ୍ୟାନରରେ ମାନୁଷୀ ବଲିଉଡରେ ଡେବ୍ୟୁ କରିବେ ବୋଲି ସୂଚନା ମିଳିଛି । ଅକ୍ଷୟ କୁମାରଙ୍କ ଫିଲ୍ମ “ପୃଥ୍ୱୀରାଜ’ରେ ସେ “ସଂଯୁକ୍ତା’ ଚରିତ୍ରରେ ଅଭିନୟ କରିବେ । ଏହି ଫିଲ୍ମଟି ରାଜା ପୃଥ୍ୱୀରାଜଙ୍କ ଚୌହାନଙ୍କ ଜୀବନିକୁ ନେଇ ଆଧାରିତ ହୋଇଛି । ଇତିହାସରେ ପୃଥ୍ୱୀରାଜ ଓ ସଂଯୁକ୍ତାଙ୍କ ପ୍ରେମ କାହାଣୀ ଅମର ହୋଇ ରହିଛି ।
ଟାଇମ୍ସ ଅଫ୍ ଇଣ୍ଡିଆର ତଥ୍ୟ ଅନୁସାରେ ଏହି ଫିଲ୍ମର ନିର୍ଦ୍ଦେଶକ ଡାକ୍ତର ଚନ୍ଦ୍ରପ୍ରକାଶ ଦ୍ୱିବେଦୀ କହିଛନ୍ତି, “ସଂଯୁକ୍ତା ଚରିତ୍ର ପାଇଁ ଆମେ ବହୁତ ନୂଆ ଚେହେରାଙ୍କର ଅଡିସନ୍ କରିଥିଲୁ । କାହିଁକିନା ଏଥିପାଇଁ ଜଣେ ଭାରତୀୟ ଅଭିନେତ୍ରୀଙ୍କ ଆବଶ୍ୟକତା ରହିଥିଲା । ସଂଯୁକ୍ତା ଜଣେ ଅବିଶ୍ୱସନୀୟ ସୁନ୍ଦରୀ ହେବା ସହିତ ମଜବୁତ ଓ ଆତ୍ମବିଶ୍ୱାସୀ ସ୍ୱଭାବର ଝିଅ ଥିଲେ । ତେଣୁ ତାଙ୍କ ବ୍ୟକ୍ତିତ୍ୱ ସହିତ ମେଳ ଖାଉଥିବା ଚେହେରାକୁ ଆମେ ଖୋଜୁଥିଲୁ । ମାନୁଷୀଙ୍କ ଭିତରେ ଆମେ ସେସବୁ ଗୁଣ ଦେଖିବାକୁ ପାଇଛୁ । ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ “ସଂଯୁକ୍ତା’ ଚରିତ୍ରକୁ ପରଫେକ୍ଟ କରିବା ପାଇଁ ୟଶରାଜ ଟିମ୍ ମାନୁଷୀଙ୍କୁ ୯ ମାସ ଧରି ଟ୍ରେନିଙ୍ଗ୍ ଦେଉଛି । ସୂଚନାଯୋଗ୍ୟ, ଅକ୍ଷୟ କୁମାରଙ୍କ ଜନ୍ମଦିନରେ “ପୃଥ୍ୱୀରାଜ’ ଫିଲ୍ମର ଟିଜର୍ ରିଲିଜ୍ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ