ତିରୁପତିରେ ଦୀପ୍‌-ବୀର୍‌

ବଲିଉଡର ସବୁଠାରୁ ସୁନ୍ଦର ଯୋଡ଼ି ରଣବୀର ଓ ଦୀପିକା ତାଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ କରିଛନ୍ତି । ଏହି ଅବସରରେ ଦୁହେଁ ଏପରି ବିଶେଷ ଦିନକୁ ସ୍ୱତନ୍ତ୍ର କରିବା ପାଇଁ ପରିବାର ସହିତ ତିରୁପତି ମନ୍ଦିରକୁ ଯାଇ ଆଶୀର୍ବାଦ ନେଇଛନ୍ତି ।
ତିରୁପତି ମନ୍ଦିର ଦର୍ଶନ କରୁଥିବା ସମୟରେ ଦୀପ-ବରଙ୍କର କିଛି ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି । ଏହି ଫଟାରେ ଦୁହିଁଙ୍କୁ ବରକନ୍ୟା ବେଶରେ ଦେଖିବାକୁ ମିଳିଛି । ନୂଆ ବଧୂଙ୍କ ପରି ଦୀପିକା ଲାଲ ଶାଢ଼ୀ ଓ ଗହଣା ପିନ୍ଧିଥିବାବେଳେ ରଣବୀର୍ ଗାଲ୍ଡେନ୍ କଲରର ଶେରୱାନୀ ପିନ୍ଧିଛନ୍ତି । ଏସବୁ ମଧ୍ୟରେ ଦୀପିକାଙ୍କ ମଥାରେ ଥିବା ସିନ୍ଦୂର ତାଙ୍କୁ ଆହୁରି ଆକର୍ଷଣୀୟ କରିଛି ।
ତିରୁପତିରେ ଦର୍ଶନ କରିବା ପରେ ଦୁହେଁ ପଦ୍ମାବତୀ ମନ୍ଦିରରେ ପହଞ୍ଚିଥିଲେ ଏବଂ ପରେ ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିରର ଦର୍ଶନ କରିବେ ବୋଲି ଜଣାପଡ଼ିଛି । ଦୀପିକା ଓ ରଣବୀର ଗତବର୍ଷ ନଭେମ୍ବର ୧୪ ତାରିଖରେ ଇଟାଲୀର ଲେକ୍ କାମାରେ ବିବାହ କରିଥିଲେ । ଦୁହିଁଙ୍କ ବିବାହ ସିନ୍ଧି ଓ କୋଙ୍କଣୀ ପ୍ରଥା ଓ ପରମ୍ପରା ଅନୁସାରେ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ