ସରପଞ୍ଚଙ୍କ ଦ୍ୱାରା ନୁତନ ଭତ୍ତା ବଣ୍ଟନ
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତରେ ୧୯ଜଣ ହିତାଧିକାରୀଙ୍କୁ ସରପଞ୍ଚ ଦିନେଶ କୁମାର ସେଠୀ ନୁତନ ଭତ୍ତା ପ୍ରଦାନ କରିଛନ୍ତି । ଏଥିଲାଗି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ନବ ନିର୍ବାଚିତ ସରପଞ୍ଚ ଦିନେଶ କୁମାର ସେଠୀଙ୍କ ସହିତ ପୁର୍ବତନ ସମିତିସଭ୍ୟ ପ୍ୟାରୀମୋହନ ମଲ୍ଲିକ, ପଞ୍ଚାୟତର ପିଇଓ ମହେଶ୍ୱର ସାହୁ, ଜିଆରଏସ ରାଜୀବ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ୧୯ଜଣ ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମଙ୍କୁ ଜାତୀୟ ସୁରକ୍ଷା ଯୋଜନାରେ ଭତ୍ତା ପ୍ରଦାନ କରିଥିଲେ ।


